ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଦଶହରା ପଦା ଠାରେ ଥିବା ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ 25 ଜଣ ସଭ୍ୟ ସଭ୍ୟା ଙ୍କୁ ନେଇ ଆଶ୍ରୟ ସ୍ଥଳୀ ର ରକ୍ଷଣା ବେକ୍ଷଣ, ପରିଚାଳନା, ନଥିପତ୍ର ଲିଖନ ତଥା ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ ଶିବିର ଉଦଘାଟନ ହୋଇ ଯାଇଛି I ଏଥିରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଯୋଗଦାନ କରି ଏହାର ଶୁଭ ଉଦଘାଟନ କରିଥିଲେ । ଶ୍ରୀ ରଇତ ଉପସ୍ଥିତ ଥିବା ସଭାର ସମସ୍ତ ସଭ୍ଯ ମାନଙ୍କୁ ସ୍ଵାଗତ ଜଣାଇବା ସହ ପାକୃତିକ ବିପର୍ଯ୍ୟୟ ସମୟରେ ନିଜେ ସୁରକ୍ଷିତ ରହି ଅନ୍ୟ ମାନଙ୍କୁ କିପରି ସୁରକ୍ଷିତ ରଖାଯାଇ ପାରିବ ସେ ନେଇ ସଭ୍ଯ ମାନଙ୍କୁ ଅବଗତ କରାଇଥିଲେ। ପାକୃତିକ ବିପର୍ଯ୍ୟୟ ସମୟରେ ନିଜେ ସଚେତନ ରହିବା ସହିତ ଅନ୍ୟ ମାନଙ୍କୁ ସଚେତନ କରିବା ଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ମୁହୁର୍ତରେ ସ୍ଥାନୀୟ ଜନସାଧାରଣ, ଗୃହପାଳିତ ପଶୁ ପକ୍ଷୀ ଯଥା ଜୀବନ ଜୀବିକା କିପରି ସୁରକ୍ଷିତ ରଖାଯାଇ ପାରିବ ସେଥିପାଇଁ ପାକୃତିକ ବିପର୍ଯ୍ୟୟ ସମ୍ବନ୍ଧରେ ସ୍ଵତନ୍ତ୍ର ଭାବେ ପ୍ରଶିକ୍ଷଣ ନେଇଥିବା ଗଂଜାମ ଜିଲ୍ଲାରୁ ଆସିଥିବା ଦୁଇ ଜଣ ପ୍ରଶିକ୍ଷକ ତ୍ରିଲୋଚନ ପ୍ରଧାନ ଏବଂ ଅଶୋକ ରାଉଳ ଏହି କାର୍ଯ୍ୟକ୍ରମରେ ଅନ୍ୟମାନ ଙ୍କୁ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି ।