Friday, November 15, 2024

ବରଗଡର ପ୍ରସିଦ୍ଧ 75ତମ ଧନୁଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗତ ଦୁଇବର୍ଷ ହେବ କୋଭିଡ କଟକଣା ଯୋଗୁ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ 2022-23 ବର୍ଷ ଧନୁଯାତ୍ରାର ଆୟୋଜନ ପାଇଁ ଆଜି ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଧନୁଯାତ୍ରା ମୋହତ୍ସବ ସମିତି ର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ,ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ,ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଏସ୍ପି ସ୍ମିଥ ପି ପରମାର ,ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଧନୁଯାତ୍ରା ସମିତିର ଆବାହକ ସୁରେଶ ଶତପଥୀଙ୍କ ସହ ବିଭିନ୍ନ ବିଭାଗର କାର୍ଯ୍ୟକାର୍ତ୍ତା ଓ ସରକାରୀ କର୍ମଚାରୀ ସାମିଲ ହୋଇଥିଲେ । ଚଳିତ ବର୍ଷ ଡିସେମ୍ବର 27 ତାରିଖରୁ 2023 ଜାନୁୟାରୀ 6 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ କିପରି ସରସ ସୁନ୍ଦର ଓ ଶୃଙ୍ଖଳିତ କରାଯାଇ ପାରିବ ସେ ଉପରେ ଆଲୋଚନା ହୋଇଥିଲା , ବିଶେଷ ଭାବେ ଚଳିତ ବର୍ଷ ଧନୁଯାତ୍ରାକୁ 75 ବର୍ଷ ପୂରଣ ହେବାକୁ ଥିବାବେଳେ ଏହାକୁ ପ୍ଲାଟିନମ ଜୁବଲି ଭାବେ ପାଳନ କରିବାକୁ ଗୃହୀତ ହେଉଛି । ଏଥିପାଇଁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଏକ ପୂର୍ଣ୍ଣାଙ୍ଗ ତୋରଣ ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ଗୋପପୁର ପାଳଟୁଥିବା ଅମ୍ବାପାଳିର ଭିତ୍ତିଭୂମି ବିକାଶ , ନୂତନ କମିଟି ଗଠନ ଓ ନୂତନ କଳାକାର ଚୟନ ଉପରେ ଆଲୋଚନା କରାଯାଇଥିଲା ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles