ଆଜିର ଦିନକୁ ଡ୍ରାଇଭର ଦିବସ ରୂପେ ପାଳନ କରାଯିବ I ଯାହାକୁ ନେଇ ଆଜି ଡ୍ରାଇଭର ମହାସଂଘର ବୈଠକ ବିଭିନ୍ନ ସ୍ଥାନରେ ଚାଲିଥିବା ବେଳେ ତରଭା ଡ୍ରାଇଭର ସଂଘ ମଧ୍ୟ ବାଦ ପଡ଼ିନାହିଁ I ଡ୍ରାଇଭର ସଂଘ ପକ୍ଷରୁ ଆଜି ଅପରାହ୍ନରେ ତରଭା ବ୍ଲକ ଅଂଚଳରେ ଥିବା ସମସ୍ତ ଡ୍ରାଇଭରମାନଙ୍କୁ ନେଇ ଏକ ବୈଠକ ତରଭା ଠାରେ ଥିବା କାର୍ଯ୍ୟାଳୟ ଆଗରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଏନଏସି ଏବଂ ବ୍ଲକ ଅଂଚଳର ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ I ପ୍ରାୟତଃ ଆମ୍ଭେ ବିଭିନ୍ନ ଦିବସ ପାଳନ କରି ଆସୁଥିବା ବେଳେ ଡ୍ରାଇଭର ଦିବସ ପାଳନ କରୁନାହୁଁ I ତେବେ ଆଜିର ଦିନ ଅର୍ଥାତ ସେପ୍ଟେମ୍ବର ଏକ ତାରିଖ କୁ ଡ୍ରାଇଭର ଦିବସ ରୂପେ ପାଳନ କରିବାକୁ ସଂଘବଦ୍ଧ ଭାବେ ଡ୍ରାଇଭର ମହାସଂଘର ନିଷ୍ପତି ନେଇଛି I ଏହି ପରିପ୍ରେକ୍ଷୀରେ ତରଭା ସଂଘ ଉତ୍ସାହର ସହ ଆଜି ର ଦିନକୁ ଡ୍ରାଇଭର ଦିବସ ରୂପେ ପାଳନ କରୁଛି I କେକ କାଟି ଆନନ୍ଦ ଉଲ୍ଲାସର ସହ ପରସ୍ପର ମଧ୍ୟରେ ଏକତା ର ପରିଚୟ ସୃଷ୍ଟି କରି ଆଜିର ଦିନରେ ଜାନବାହାନ ଚଳାଚଳ ବନ୍ଦ ରଖିବା ପାଇଁ ସର୍ବ ସମ୍ମତିରେ ନିଷ୍ପତି ଗ୍ରହଣ କରାଯାଇଛି I