ବିନା ସୂଚନା ଫଳକରେ ଚାଲିଛି କାମ, ଖାଲି କାମ ନୁହେଁ ନିମ୍ନ ମାନର କାମ I ଏହିଭଳି ଅଭିଯୋଗ ଆସିଛି ତରଭା ଏନଏସିରେ ହୋଇଥିବା ପ୍ରକଳ୍ପକୁ ନେଇ I ତରଭା ଦୁର୍ଗା ମଣ୍ଡପ ଛକ ପାଖରେ ଥିବା ଗଙ୍ଗାଧର ପାର୍କରେ ଅତି ନିକଟରେ ଏକ ସୌନ୍ଦର୍ଜି କରଣ ଯାହା ପାର୍କ ପରିସରରେ ଏକ ଫଉନଟେନ ଏବଂ ପେଭର ବ୍ଲକ ବିଛାଇବା କାମ ହୋଇଥିଲା I ଏଥିପାଇଁ ପ୍ରାୟ ଦଶ ଲକ୍ଷ ଟଙ୍କା ଖର୍ଚ ହୋଇଥିବା ଜଣାଯାଇଛି I ହେଲେ ଉକ୍ତ କାମ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି I ଭଲକରି ଦେଖନ୍ତୁ, ଚତୁର୍ପାର୍ଶ୍ୱରେ କୌଣସି ସ୍ଥାନରେ ସୂଚନା ଫଳକ ନାହିଁ I ବୋଧେ ଜୈନିକ ଠିକାଦାର ସୂଚନା ଫଳକ ଲଗାଇବା ଭୁଲି ଯାଇଛନ୍ତି I ଫଉନଟେନ କୁ ଦେଖିଲେ ଲାଗୁଚି ଯେ କାହିଁ କେଉଁ ଦିନରୁ ବନ୍ଦ ପଡିଛି I ଠିକ ଭାବେ ପାଣି ଜମି ପାରୁନାହିଁ I ଘର ମାନଙ୍କରେ ବ୍ୟବହାର କରାଯାଉଥିବା ଭଳି ଗାମଲା କୁ ଏଠାରେ ରଖାଯାଇ ସୌନ୍ଦର୍ଜି କରଣ କରିବା ପ୍ରୟାସ କରାଯାଇଛି I ପାର୍କ ପରିସରରେ ଅନାବନା ଘାସ ଗଛ ସବୁ ଆଡେ ରହିଛି I ଗାଈଗୋରୁଙ୍କ ଚରିବୁଲିବା ଭଳି ସ୍ଥାନଟିଏ ଭଳି ଦେଖାଯାଉଛି I ଗୋଟିଏ ନଳକୂପରୁ ପାଣି ଫଉନଟେନ କୁ ଯୋଗାଇ ଦିଆଯାଉଛି I ଫଳରେ ଅପାର ପାର୍ଶ୍ୱରେ ଥିବା ନଳକୂପର ଅତ୍ୟଧିକ ବ୍ୟବହାର ହେଉଥିବାରୁ ରାସ୍ତା ଉପରେ ପାଣି ବହିଯାଉଛି I ହାଇ ମେକ୍ସ ଲାଇଟ ତଳେ ଫଉନଟେନ ର ଆଲୋକି କରଣ ଫିକା ପଡିଯାଉଛି I ତେବେ ଏହି ସବୁକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଦୁଇ ଦୁଇ ଥର ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି, ହେଲେ ଫଳ ଶୁନ, ଯଥା ପୂର୍ବମ ତଥା ପରମ I ସରକାରୀ ଅନୁଦାନ ଲୋକଙ୍କ ସ୍ୱାର୍ଥ ସାଧନ ପାଇଁ ଖର୍ଚ କରାଯାଉଥିବା ଥିବା ବେଳେ ଏଠାରେ ଠିକାଦାର ପୋଷା ନୀତି ଚାଲିଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି I ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ଭଳି ଅନେକ ପ୍ରକଳ୍ପ ତରଭା ଏନଏସିରେ ନିମ୍ନ ମାନର ଚିଲିଥିବା ଅଭିଯୋଗ ହୋଇଛି I ତେବେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଜୈନିକ ଠିକାଦାର ଏବଂ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳବାସୀ I