ତରଭା ଏନଏସି ଅଧିନରେ ଥିବା ମାରୱାଡି ପଡା ଅନଙ୍ଗବାଡି କେନ୍ଦ୍ରରେ ବାଲ୍ୟବିବାହ ନିରାକରଣ କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି I ଏହି କାର୍ଯ୍ୟକ୍ରମରେ ତିନି ନମ୍ବର ୱାର୍ଡ କାଉନସିଲର ଗୋଲାପୀ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ ବିନୋଦ ବିହାରୀ ମେହେର, ଶ୍ରୀମତୀ ପୁର୍ଣିମା ଝଙ୍କାର ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ରହିଥିଲେ I ନିମନ୍ତ୍ରିତ ଅତିଥିମାନେ ବାଲ୍ୟବିବାହ ରୋକିବା ନେଇ ନିଜ ନିଜର ମତ ବ୍ୟକ୍ତ କରିଥିଲେ I କାଉନସିଲର ଶ୍ରୀମତୀ ବର୍ମା ପିତାମାତା ପିଲାଛୁଆମାନଙ୍କୁ ପାଠ ପଢିବା ର ପୂର୍ଣ୍ଣ ସୁଯୋଗ ଦେଲେ ସେମାନେ ଆଗକୁ ନିଜ ଗୋଡ଼ରେ ଛିଡା ହୋଇ ପାରିବେ ତଥା ପୂର୍ଣ୍ଣ ବୟସ ପୂର୍ବରୁ ବିବାହ ନ କରାଇବା ନେଇ ଆଲୋକପାତ କରିଥିଲେ I ଏହି ସଭାକୁ ଅନଙ୍ଗବାଡି କର୍ମୀ ଗୀତ ମାହାଣା ପରିଚାଳନା କରିଥିବା ବେଳେ 18 ବର୍ଷରୁ କମ ବୟସର ବହୁ ପିଲାଛୁଆ ଏବଂ ଅଭିଭାବିକା ଯୋଗଦାନ କରିଥିଲେ I