ତରଭା ମାରୱାଡି ସମାଜ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଶ୍ରୀ ଅଗ୍ରସେନ ଜୟନ୍ତୀ ଧୁମଧାମରେ ପାଳିତ ହୋଇ ଯାଇଛି I ଏହାକୁ ନେଇ ଏକ ଶୋଭାଯାତ୍ରା ଅପରାହ୍ନରେ ତରଭା ସ୍ଥିତ ମାରୱାଡି ଧର୍ମଶାଳା ଠାରୁ ବାହାରି ସହର ପରିକ୍ରମା କରି ପୁନଃ ଧର୍ମଶାଳା ପର୍ଯ୍ୟନ୍ତ ପହଞ୍ଚିଥିଲା I ସନ୍ଧ୍ୟାରେ ଶ୍ରୀ ଅଗ୍ରସେନ ମହାରାଜଙ୍କ ଆରତୀ କରାଯିବ ପରେ ଭଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା I ଏହି ଭଜନ ସନ୍ଧ୍ୟାରେ ସମାଜର ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତି ପୁରୁଷ ମହିଳା ଏବଂ ସମସ୍ତ ବର୍ଗର ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ I ଭଜନର ଧ୍ୱନିରେ କମ୍ପି ଉଠୁଥିଲା ଚତୁର୍ପାଶ୍ୱ , ଭଜନର ତାଳେ ତାଳେ ସମସ୍ତେ ନାଚି ଉଠୁଥିଲେ I ଏହି କାର୍ଯ୍ୟକ୍ରମରେ ତରଭା ଏନଏସିରେ ଚଳିତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀନୀ ଭାବେ ନିର୍ବାଚିତ ହୋଇଥିବା ତିନି ନମ୍ବର ୱାର୍ଡ କାଉନସିଲର ଶ୍ରୀମତୀ ଗୋଲାପୀ ବର୍ମା, ଶିବତୁଲା ପେକ୍ସ ସଭାପତି ତପନ କୁମାର ଅଗ୍ରୱାଲ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା I ଉପନଗରପାଳ ଗଗନ ଅଗ୍ରୱାଲ ଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ସେ ଅନୁପସ୍ଥିତ ରହିଥିଲେ I କାର୍ଯ୍ୟକ୍ରମ ମଧ୍ୟଭାଗରେ ମାରୱାଡି ଯୁବା ମଞ୍ଚ ଓଡିଶା ସଭାପତି ନରେଶ ଅଗ୍ରୱାଲଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅକ୍ସିଜେନ କଂସନଟେଟର ମହିଳାମାନଙ୍କ ଦ୍ୱାରା ପୂଜାର୍ଚନା କରାଯାଇଥିଲା I ଏହାସହ ଜୟନ୍ତୀକୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯେପରିକି କାପୁଲ ଗେମ, ମ୍ୟୁଜିକ ଚେୟାର, ନୃତ୍ୟ ପ୍ରତିଯୋଗିତା ଇତ୍ୟାଦିକୁ ନେଇ ଉତ୍ତୀନ୍ନ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମ ଶେଷ ପର୍ଯାୟରେ ସମସ୍ତଙ୍କ ପାଇଁ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା I ଆଗକୁ ଶ୍ରୀ ଶ୍ରୀ ଅଗ୍ରସେନ ଜି ମହାରାଜଙ୍କ ଜୟନ୍ତୀ ଆହୁରି ଧୁମଧାମରେ ପାଳନ କରାଯିବ ସେ ନେଇ ସମସ୍ତେ ଆଗ୍ରହ ପ୍ରକାଶ କରିଥିବା ଜଣାଯାଇଛି I