ସରକାରୀ ନିୟମ ଅନୁଯାଇ ଗତ ଗୁରୁବାର ଦିନ ସମସ୍ତ ବିଦ୍ୟାଳୟ ଖୋଲା ରହିଥିବା ବେଳେ ତରଭା ବ୍ଲକ ମରାଡ଼ୁଗୋଛା ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ 5ଟି ବିଦ୍ୟାଳୟ ଏବଂ ଗାଁ ମଝିରେ ଥିବା ବିଦ୍ୟାଳୟ ବନ୍ଦ ରହିଥିଲା I ପ୍ରଧାନ ଶିକ୍ଷକଙ୍କ ମନମୁଖୀ ବିଦ୍ୟାଳୟ ଛୁଟି କରିଥିବାକୁ ନେଇ ଗତକାଲି ତରଭା ବ୍ଲକ ମରାଡ଼ୁଗୋଛା ଗ୍ରାମବାସୀ ପ୍ରତିବାଦ କରିଥିଲେ I କାଗଜପତ୍ରରେ ଛୁଟି ମଞ୍ଜୁର ହୋଇଥିବା ତଥ୍ୟ ଯାହାକୁ ନେଇ ଶୁକ୍ରବାର ଉଭୟ ବିଦ୍ୟାଳୟ ଆଗରେ ଅଭିଭାବକ ଗ୍ରାମବାସୀ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ବନ୍ଦ କରି ଧାରଣା ଦେଇଥିଲେ I ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ତରଭା ବ୍ଲକ ବିଡ଼ିଓ ବିନୟ କୁମାର ପଟେଲ ଧାରଣା ସ୍ଥଳକୁ ଯାଇ ସମସ୍ତଙ୍କୁ ବୁଝାସୁଝା କରିଥିଲେ I ଧାରଣକାରୀମାନେ ପ୍ରଧାନ ଶିକ୍ଷକ ଙ୍କ ବଦଳି କରିବା ସହ ମନମୁଖୀ ସ୍କୁଲକୁ ଆସୁଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପରେ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଥିଲେ I ଏହି ସମୟରେ ଦୁଇଜଣ ଶିକ୍ଷୟତ୍ରୀ ଉଚ୍ଚ ସ୍ୱରରେ କଥାବାର୍ତା କରିବା ଆରମ୍ଭ କରିଥିଲେ I ଖାଲି ସେତିକି ନୁହେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଫୋଟୋ ଉଠାଇବାରୁ ନାଲି ଆଖି ଦେଖାଇ ଥିଲେ I ଉଚ୍ଚସ୍ୱରରେ ପାଟିକରି କରି ଆନ୍ଦୋଳନକାରୀ ଙ୍କ କଥାକୁ ଦବେଇବାକୁ ଚେଷ୍ଟା କରିଥିଲେ I ସେମାନେ ସରକାରୀ ନିୟମ ମୁତାବକ ୟୁନିଫର୍ମ ପରିଧାନ କରି ନ ଥିବା ଦେଖିବାକୁ ମିଳିଥିଲା I ଲୋକେ ତାଙ୍କୁ ପ୍ରଶ୍ନ କରିବାରୁ ସେମାନେ ବିଗିଡି ଯାଇଥିଲେ I ଜଣେ ଜଣେ ଶିକ୍ଷୟତ୍ରୀ ହୋଇ ଏହିଭଳି ଆଚରଣ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ଦୁଃଖିତ କରିଥିଲା I ବିଡ଼ିଓ ଙ୍କ ସହ ଆଲୋଚନା ଦୀର୍ଘ ସମୟ ଚାଲିବା ପରେ ଲୋକଙ୍କ ଦାବି ଅନୁସାରେ ପ୍ରଧାନ ଶିକ୍ଷକଙ୍କ ଡେପୁଟେସନ କରିବା ସହ ସାତଦିନ ମଧ୍ୟରେ ବିଗତ ଦିନମାନଙ୍କରେ ହୋଇଥିବା ଦୁର୍ନୀତି ଉପରେ ତଦନ୍ତ କରାଯିବ ବୋଲି ବିଡ଼ିଓ ପ୍ରତିଶୁତି ଦେବାପରେ ଆନ୍ଦୋଳନ ସ୍ଥଗିତ କରାଯାଇଥିଲା I