Friday, November 15, 2024

ତିଆରି ହେବାର ଦୁଇଦିନ ମଧ୍ୟରେ ଭାଙ୍ଗିଲା ଡ୍ରେନ

ତିଆରି ହେବାର ଦୁଇଦିନ ମଧ୍ୟରେ ଭାଙ୍ଗିଲା ଡ୍ରେନ I ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସି ଅଧିନସ୍ଥ ରଥପଡ଼ା ଛକ ଠାରୁ ନୂଆପଡା ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଏକ ଡ୍ରେନ ତିଆରି କରାଯାଇଛି I ପ୍ରାୟ ଛଅ ଲକ୍ଷ ବ୍ୟୟ ଅଟକଳରେ ଏହି ପ୍ରକଳ୍ପ ତିଆରି ହୋଇଥିବା ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି I ଆଜିକୁ ପ୍ରାୟ ଛଅ ମାସ ହେବ ଉକ୍ତ ଡ୍ରେନ କାମ ଅଧାପନ୍ତରିଆ ହୋଇ ପଡି ରହିଥିଲା I ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଗତ ଦୁଇଦିନ ତଳେ ଅଟକି ରହିଥିବା କାମ ସମ୍ପୂର୍ଣ କରାଯାଇଥିଲା I ହେଲେ ନୂଆପଡା ଛକ ନିକଟ,ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟନାଏକ ଙ୍କ ଜଳ ହିଁ ଜୀବନ ହୋଡିଂ ତଳେ ଉକ୍ତ ଡ୍ରେନର କିଛି ଅଂଶ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି I ନିମ୍ନ ମାନର କାମ ଯୋଗୁଁ ଡ୍ରେନ ଭାଙ୍ଗି ଯାଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି I ଏଠାରେ ମଧ୍ୟ ସୂଚନା ଫଳକର ଦେଖାନାହିଁ I ଏନଏସି ର କନିଷ୍ଠ ଯନ୍ତ୍ରୀ ବଧୁଏ ନିଜ ଦାୟିତ୍ୱ ଭୁଲି ଯାଇଛନ୍ତି I ପ୍ରକାଶ ଥାଉ କି ତରଭା ଏନଏସି ଅଂଚଳରେ ଅନେକ ପ୍ରକଳ୍ପ ଗୁଡିକରେ ସୂଚନା ଫଳକ ରହି ନ ଥିବା ନଜର ରହିଛି I ତରଭା ଏନଏସି ବିରୁଦ୍ଧରେ ଏହିଭଳି ଅଭିଯୋଗ କୁ ନେଇ ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଚେଇଁ ସୋଇଥିବା ଦୁଃଖର ବିଷୟ I ଶାସକ ଦଳର ବଡମୁଣ୍ଡିଆ ଠିକାଦାରମାନେ କଳେ ବେଳେ କୌଶଳେ ଅନେକ କାମ ହାତେଇ ନିମ୍ନ ମାନର କାମ କରୁଥିବା ଜନସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles