ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ସ୍ୱେଚ୍ଛାସେବୀ ସଂଗଠନ ଜେବିଏମ I ଜେବିଏମ ର ଅର୍ଥ ହେଉଛି ଜନ୍ମ ବିବାହ ମୃତ୍ୟୁ I ଯେଉଁ ଅସହାୟ ପରିବାର ଏହି ତିନୋଟି କାର୍ଯ୍ୟ କରିବା ପାଇଁ ଦୁର୍ବଳ ଆର୍ଥିକ ସ୍ଥିତି ଦେଇ ଗତି କରୁଛନ୍ତି ସେମାନଙ୍କୁ ଏହି ସଂସ୍ଥା ସାହାଯ୍ୟର ହାତ ବଢ଼ାଉଛି I ବୁର୍ଲା ସ୍ଥିତ ଜେବିଏମ ସ୍ୱେଚ୍ଛାସେବୀ ସଂଗଠନ ତରଭା ବ୍ଲକ ଅନ୍ତର୍ଗତ ବନକେଡ଼ା ଗ୍ରାମରେ ପହଞ୍ଚି ଗ୍ରାମରେ ଜଣେ ଝିଅର ବିବାହ ନିମନ୍ତେ ସାହାଯ୍ୟର ହାତ ବଢ଼ାଇଛନ୍ତି I ଉକ୍ତ ଗ୍ରାମର ଗୁଣନିଧି ସାହୁ ଏବଂ ପତ୍ନୀ ଉକିଆ ସାହୁ ଙ୍କ ଝିଅ ସୁବାସିନୀ ର ବିବାହ ପାଇଁ ତାଙ୍କ ପଚାସ ହଜାର ଟଙ୍କା ସାହାଯ୍ୟ ରାଶି ଜେବିଏମ ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଛି I ଏହି ମହତ କାର୍ଯ୍ୟରେ ସଂଗଠନର ରାଜ୍ୟ ସଭାପତି ଲୋକେଶ୍ୱର ନାଗ, ରାଜ୍ୟ ସମ୍ପାଦକ ବାବୁଲୁ ଛୁରିଆ, କୋଷାଧ୍ୟକ୍ଷ ମହେଶ୍ୱର ବାଗ, ତରଭା ବ୍ଲକ ସଭାପତି ଉତ୍ତମ କୁଅଁର , ସହଯୋଗୀ ହେମା କୁମ୍ଭାର, ଭାନୁମତୀ କୁମ୍ଭାର,ସ୍ନେହଲତା ସରଭଙ୍ଗ, ପ୍ରମିଳା ଛତ୍ରିଆ,ସଞ୍ଜୁଲତା ସରଭଙ୍ଗ, କାମିନୀ ନନ୍ଦ, ଦୀପା ନାଗ, ଆହୁତି କୁମ୍ଭାର, ତାରାବତୀ ଦିଗାଲ, ସୀତା ଖେତୀ, ମୋନାଲିସା ମହାନନ୍ଦ,ତୁଳସୀ ନାଗ,କଲ୍ୟାଣୀ ଜାଲ ପ୍ରମୁଖ ଉପସ୍ଥିତ ରହିଥିଲେ I ଜେବିଏମ ସ୍ୱେଚ୍ଛାସେବୀ ସଂଗଠନ ର ଏହି ମହତ କାର୍ଯ୍ୟ ପାଇଁ ଗ୍ରାମବାସୀ ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି I