ସବୁବେଳେ ଲୋକଙ୍କ ସେବାରେ ନିଜକୁ ଉତ୍ସାର୍ଗିକୃତ କରିଛନ୍ତି କିନ୍ନର ଚିନ୍ମୟୀ ଦାସ I ସେହିପରି ଖରାଦିନ ଆସିବାରୁ ପକ୍ଷୀମାନଙ୍କ କଥା ବୁଝିପାରି ପାହାଡ ଚଢି ପକ୍ଷୀମାନଙ୍କ ପାଇଁ ପାଣି ଯୋଗାଉଛନ୍ତି ସମାଜସେବୀ ଚିନ୍ମୟୀ ଦାସ I ଅନୁଗୁଳ ଜିଲ୍ଲା ଜରପଡା ରେଞ୍ଜ ଅଂଚଳରେ ରେଞ୍ଜ ଅଧିକାରୀ ମାଧବ ଚନ୍ଦ୍ର ନାଏକ ଓ ଚିନ୍ମୟୀ ଦାସଙ୍କ ନେତୃତ୍ୱରେ ପ୍ରାୟ 50 ରୁ ଉର୍ଧ ସମାଜସେବୀ ଏବଂ ବନ କର୍ମଚାରୀ ପାହାଡ ଚଢିଥିଲେ I ଏଥିରେ ଛାତ୍ରଛାତ୍ରୀ ମହିଳା ଏବଂ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ I ହାତରେ ମାଟିପାତ୍ରରେ ରେ ପାଣି ଧରି 200 ଫୁଟ ପାହାଡ଼ ଉପରକୁ ଚଢି ପକ୍ଷୀମାନଙ୍କ ପାଇଁ ଥୋଇ ଆସୁଥିଲେ I ଖରା ବଢିବା ସାଙ୍ଗକୁ ସବୁଆଡେ ପାଣି ପାଇଁ ଲୋକେ ଆଉଟୁ ପାଉଟୁ ହେବାରେ ଲାଗିଲେଣି I ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ଜଳଛତ୍ର ସେବା ଯୋଗାଇ ଦିଆଯାଉଥିବା ବେଳେ ପଶୁପକ୍ଷୀଙ୍କ ପାଇଁ ଏହିଭଳି ସେବା ଯୋଗାଇ ପ୍ରସଂସାର ପତ୍ର ସାଜିଛନ୍ତି I କରୋନା ସମୟରେ ହେଉ, ଅଜଣା ଶବଦାହ, ରୋଗୀଙ୍କ ସେବା ଆଦି ସମାଜସେବା କରି ଚିନ୍ମୟୀ ଘରେ ଘରେ ପରିଚିତ I ତାଙ୍କ ବହୁବର୍ଷ ର ପ୍ରୟାସ ଫଳରେ ଆଜି ତାଙ୍କ ସହିତ ପଶୁପକ୍ଷୀଙ୍କୁ ପାଣି ଯୋଗାଇବାରେ ସମସ୍ତ ବର୍ଗର ଲୋକେ ସାମିଲ ହେଉଛନ୍ତି I ବିଭିନ୍ନ ସ୍ଥାନ ମାନଙ୍କରେ ଜଳାଶୟ ଶୁଖିଲା ଅବସ୍ଥାରେ ଥିବା ବେଳେ ପଶୁପକ୍ଷୀ ମଧ୍ୟ ପାଣି ପାଇଁ ହାହାକାର ହେଉଛନ୍ତି I ସେମାନଙ୍କ ପାଇଁ 200 ଫୁଟ ପାହାଡ ଚଢି ପାଣି ଏବଂ ଖାଦ୍ୟ ଯୋଗାଇବା କାମ କରୁଛନ୍ତି କିନ୍ନର ଚିନ୍ମୟୀ ଏବଂ ବନ ବିଭାଗ I ଏହିଭଳି ସେବାରେ ନିଜକୁ ନିୟୋଜିତ କରି ଶାନ୍ତି ଅନୁଭବ କରିଥାନ୍ତି ଚିନ୍ମୟୀ ଦାସ I