ସବୁଆଡେ ହନୁମାନ ଜୟନ୍ତୀ ଧୁମଧାମରେ ପାଳିତ ହେଉଥିବା ବେଳେ ତରଭାରେ ମଧ୍ୟ ଏହାକୁ ନେଇ ଏକ ଭବ୍ୟ ଶୋଭାଯାତ୍ରା ବାହାରିଥିଲା I ହିନ୍ଦୁ ସଂସ୍କୃତି ସୁରକ୍ଷା ମଂଚ,ବଜରଙ୍ଗ ଦଳ ତଥା ବହୁ ସ୍ବେଛାସେବୀଙ୍କ ମିଳିତ ଉଦ୍ୟମରେ ତରଭା ବାପୁଜୀ କ୍ଲବ ନିକଟରେ ଥିବା ଶ୍ରୀ ଶ୍ରୀ ହନୁମାନ ମନ୍ଦିର ଠାରୁ ଶୋଭାଯାତ୍ରା ବାହାରି ତରଭା ରଥପଡ଼ା, ସୁନାରୀପଡା ମୁଖ୍ୟରାସ୍ତା, ନୂଆପଡା ଦେଇ ସହର ପରିକ୍ରମା କରିଥିଲା I ସାରା ସହର ଭଗୱା ରଙ୍ଗରେ ଝଲସୁ ଥିବାବେଳେ ଜୟ ଶ୍ରୀ ରାମ ଜୟ ହନୁମାନ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠୁଥିଲା I ବିଭିନ୍ନ ସ୍ଥାନମାନଙ୍କରେ ସ୍ୱେଚ୍ଛାସେବୀ ମାନେ ଶୋଭାଯାତ୍ରା କୁ ସ୍ୱାଗତ କରିବା ସହ ପାନୀୟ ଜଳ ପଣା ସର୍ବତ ଆଦିର ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଥିଲା I ଏହି ଶୋଭାଯାତ୍ରାରେ ଶତାଧିକ ହନୁମାନ ଭକ୍ତ ଯୋଗଦାନ କରିଥିବା ବେଳେ ସୁରକ୍ଷା କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ଦ୍ୱାରା କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା I ଦିନ ତମାମ ଆଇଆଇସି ସୁବ୍ରତ ପାଣିଗ୍ରାହୀଙ୍କ ପ୍ରତକ୍ଷ ତତ୍ୱାବଧାନରେ ତରଭା ସହରରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ଦେଖିବାକୁ ମିଳିଥିଲା