Friday, November 15, 2024

ତରଭାରେ ଡ଼ ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ଜୟନ୍ତୀ ପାଳନ

ତରଭା ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜ, ଦଳିତ ସମାଜ ଓ ଭୀମ ଆର୍ମି ଏକତା ମିଶନଙ୍କ ମିଳିତ ଉଦ୍ୟମରେ ଶୁକ୍ରବାର ଅପରାହ୍ନରେ ବ୍ଲକ ସଂମ୍ବୁଖ ରେ କୃଷ୍ଣର୍ଜୁନ ମଣ୍ଡପ ନିକଟରେ ଅତିଥି ମାନଙ୍କ ଦ୍ୱାର ସଂମ୍ବିଧାନ ପ୍ରଣେତା ଡ଼. ବି ଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥିଲା l ଏହି ଉପଲକ୍ଷେ ଲକ୍ଷେ ଘର ଗଣ୍ଡା ସମାଜ ବ୍ଲକ ସଭାପତି ସୁଶୀଲ ମଲ୍ଲିକଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ନିରଂଜନ ପୂଜାରୀ, ସାମ୍ମନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଉର୍ନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର, ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ତହସିଲଦାର କୀର୍ତ୍ତି ଚନ୍ଦ୍ର ପଧାନ, ଏନ ଏ ସି ଉପାଧକ୍ଷ ଗଗନ ଅଗ୍ରୱାଲ, ବରିଷ୍ଠ ବହୁଜନ ସମାଜ ପାର୍ଟି ନେତା ପ୍ରକାଶ ହରିପାଳଙ୍କ ସମେତ ପ୍ରମୁଖ ମଂଚାସୀନ ଥିଲେ l କାର୍ଯ୍ୟକ୍ରମ କୁ ସୁଶାନ୍ତ ମଲ୍ଲିକ, ତରଣୀସେନ ନାଗ, ପରିଚାଳନା କରିଥିଲେ l ସଭା ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଡ଼. ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା I ନିମନ୍ତ୍ରିତ ଅତିଥିମାନେ ନିଜ ବକ୍ତବ୍ୟରେ ଡ଼. ବି ଆର ଆମ୍ବେଦକରଙ୍କ ସୃତି ଚାରଣ କରିଥିଲେ I ମନ୍ତ୍ରୀ ଶ୍ରୀ ପୂଜାରୀ କାର୍ଯ୍ୟ ବ୍ୟସ୍ତତା ଯୋଗୁ ସଭା କାର୍ଯ୍ୟ ଚାଲିଥିବା ମଧ୍ୟେ ଯୋଗଦାନ କରିଥିଲେ I ଶ୍ରୀ ପୂଜାରୀ ତାଙ୍କ ବକ୍ତବ୍ୟରେ ଡ଼. ବି ଆର ଆମ୍ବେଦକରଙ୍କ ଦ୍ୱାରା ପ୍ରେରିତ ସମ୍ବିଧାନକୁ ସମ୍ମାନ ଜଣାଇବା, ତାଙ୍କ ନୀତି ଆଦର୍ଶକୁ ଅନୁସରଣ କରିବା ନେଇ କହିଥିଲେ I ସଭାରେ ସୁଶାନ୍ତ ମଲ୍ଲିକ ଙ୍କ ଦ୍ୱାର ଏକ ଦାବୀ ପତ୍ର ମନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଥିଲା ଉକ୍ତ ଦାବିପତ୍ର ରେ ପାଣିମୁରା ରେ ନିର୍ମାଣ ଧିନ ଇଥନେଲ କାରଖାନାରେ ତରଭା ଅଂଚଳ ର ଶିକ୍ଷିତ ବେକାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ଦେବା, ତରଭା ରେ ଦଳିତ ସମାଜ ର କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଦଶ ଲକ୍ଷ ଟଙ୍କା ଅନୁଦାନ ଦେବା ପ୍ରଭୁତି ବିଭିନ୍ନ ଦାବୀ ଉପସ୍ଥାପନା କରିଥିଲେ l ମନ୍ତ୍ରୀ ଶ୍ରୀ ପୂଜାରୀ ତୁରନ୍ତ ଉକ୍ତ ଦାବୀ ଗୁଡିକ ଯେପରି ସମାଧାନ ହେବ ପ୍ରତିଶୃତି ଦେଇଥିଲେ l ଏହି ପ୍ରତିମୂର୍ତ୍ତି ସୁଶାନ୍ତ କୁମାର ମଲ୍ଲିକ ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା କୁମ୍ଭାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଜଣାଯାଇଛି I ଏଥିପାଇଁ ଉଭୟ ଦମ୍ପତିଙ୍କୁ ସମସ୍ତେ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles