Friday, November 15, 2024

ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟିଲେ ଅବସରପ୍ରାପ୍ତ କର୍ମଚାରୀ

ବକେୟା ଅର୍ଥ ପ୍ରଦାନ କରିବା ନେଇ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟିଲେ ଅବସରପ୍ରାପ୍ତ କର୍ମଚାରୀ I ସୋମବାର ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର ଅବସର ପ୍ରାପ୍ତ କର୍ମଚାରୀ ଏବଂ ପେନସନଧାରୀ ମାନେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାକେଶ ଅଗ୍ରୱାଲଙ୍କୁ ଭେଟିଥିଲେ I ସେମାନଙ୍କ ଅବସର କାଳିନ ବକେୟା ଅର୍ଥ ଏବଂ ସପ୍ତମ ବେତନ ଆଧାରରେ ବାକିଥିବା ପେନସନ ରାଶି ପ୍ରଦାନ କରିବା ନେଇ ଲିଖିତ ଭାବେ ଜଣାଇଥିଲେ I ଦୀର୍ଘ ବର୍ଷ ହେବ ସେମାନେ ବାରମ୍ବାର ଏନଏସିରେ ଆଭିଯୋଗ କରି ଆସୁଥିଲେ ସୁଦ୍ଧା ତାଙ୍କ ଗୁହାରି କେହି ଶୁଣୁନଥିବା ଅଭିଯୋଗ କରିଥିଲେ I କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଯୋଗ ପାଇବା ମାତ୍ରେ ସଙ୍ଗେ ସଙ୍ଗେ କାଗଜପତ୍ର ଯାଞ୍ଚ କରିଥିଲେ I ଆସନ୍ତା ଦଶ ଦିନ ମଧ୍ୟରେ ସମସ୍ତଙ୍କ ବକେୟା ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶୁତି ଦେଇଥିଲେ I ପ୍ରତିଶୁତି ପାଇ ଅବସରପ୍ରାପ୍ତ ଏବଂ ପେନସନଧାରୀ ନିର୍ବାହୀ ଅଧକାରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles