ପୁରୀ ଜିଲ୍ଲା କଣାସ ଉଚ୍ଚ ବିଦ୍ୟାଳୟ ର ୭୫ ତମ ପୃତ୍ତି ଅବସରରେ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେଲେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶି ଲାଲ I ତାଙ୍କ ଗସ୍ତକୁ ନେଇ କଣାସ ବ୍ଲକ ଅଂଚଳରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା I ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶି ଲାଲ କଣାସ ସରକାରୀ ଉଚ୍ଚ ବିଦ୍ୟାଳୟ ରେ 75 ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପୁବତନ ବିଧାୟକ ରମାରଞ୍ଜନ ବଳିୟାରସିଂ, ଆଲୁମିନିୟମ ଟ୍ରସ ସଭାପତି ତଥା ସମ୍ପାଦକ ମହେନ୍ଦ୍ର ରଣସିଂହ ପ୍ରମୁଖ ମଂଚାସୀନ ରହିଥିଲେ I ସଭା କାର୍ଯ୍ୟ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ମହାବାହୁଙ୍କ ପୂଜାର୍ଚନା କରାଯାଇଥିଲା I ସାଧାରଣ ସଭାରେ ମହାମହିମ ରାଜ୍ୟପାଳ ସମସ୍ତ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଗ୍ରହଣରେ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ । ମହାମହିମ ରାଜ୍ୟପାଳ ଗଣେଶି ଲାଲ ଙ୍କର ଅବିଭାଷଣରେ ମୁଗ୍ଧ ହୋଇଥିଲେ ସମସ୍ତ ଜନସାଧାରଣ । ସଭା ମଧ୍ୟରେ ବହୁ ବ୍ୟକ୍ତି ବିଶେଷ ଏବଂ ଅନେକ ବିଦ୍ୟାର୍ଥୀମାନଙ୍କୁ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା I ଏହି ଅବସରରେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ପ୍ରାଣମାମୀ ସୃତି ସ୍ତମ୍ଭ ଉନ୍ମୋଚନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ବିଦ୍ୟାର୍ଥୀ ଙ୍କ ସମେତ ବହୁ ସାଧାରଣ ବ୍ୟକ୍ତି ବିଶେଷ ସାମିଲ ରହିଥିଲେ