ବୁଧବାର ସନ୍ଧ୍ୟାରେ ଆମ ପୁଲିସ ସମିତି ତରଭା ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ତରଭା ଥାନା ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସଆଇ ଆରତୀ କହଁର, ଅନିଲ ବେହେରା, ଏଏସଆଇ ନିରୂପମା ସ୍ୱାଇଁ ଉପସ୍ଥିତ ଥିଲେ। ବର୍ତ୍ତମାନ କେବଳ ତରଭା ଏନଏସିରେ ବରିଷ୍ଠ ନାଗରିକ ସେଲ କାର୍ଯ୍ୟକ୍ଷମ ରହିଛି ଏହାକୁ ସମସ୍ତ ପଞ୍ଚାୟତକୁ ସମ୍ପ୍ରସାରଣ କରାଯିବ ବୋଲି ଆଇଆଇସି ସୂଚନା ଦେବା ସହ ସ୍ଥାନୀୟ ପୋଲିସ ତରଫରୁ ବରିଷ୍ଠ ନାଗରିକଙ୍କୁ ନିରାପତ୍ତା ଏବଂ ସୁରକ୍ଷା ପ୍ରଦାନ, ବରିଷ୍ଠ ନାଗରିକଙ୍କ ଅନ୍ୟ ବିଭିନ୍ନ ସମସ୍ୟାର ସମାଧାନ, ବ୍ୟକ୍ତିଗତ ସମସ୍ୟା ସମାଧାନରେ ଯେତେଦୂର ସମ୍ଭବ ସାହାଯ୍ୟ କରିବା ଓ ନିୟମିତ ବ୍ୟବଧାନରେ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସେମାନଙ୍କ ସହିତ ଭାବର ଆଦାନ ପ୍ରଦାନ କରିବା ସକାଶେ ବିଭିନ୍ନ ପଞ୍ଚାୟତରେ ବରିଷ୍ଠ ନାଗରିକ ପ୍ରକୋଷ୍ଠ ଖୋଲାଯାଇ ପୋଲିସ ଅଫିସର ମାନଙ୍କୁ ଦାୟିତ୍ୱ ଦିଆଯିବ ବୋଲି କହିଥିଲେ । ବର୍ତ୍ତମାନ ତରଭା ଏନଏସି, ସରଗଜ ପଞ୍ଚାୟତ ଓ ତୁଲୁଣ୍ଡା ପଞ୍ଚାୟତ ଦାୟିତ୍ୱ ଏସଆଇ ଆରତୀ କହଁରଙ୍କୁ ଦିଆଯାଇଥିବା ବେଳେ ଶିବତୁଲା ପଞ୍ଚାୟତ, ଜରାଜାରିଙ୍ଗ ପଞ୍ଚାୟତ ଓ ଖାରି ପଞ୍ଚାୟତର ଦାୟିତ୍ୱ ଏସଆଇ ଯଯାତି କେଶରୀ ସାହୁଙ୍କୁ ଦିଆ ଯାଇଛି। ଆଗକୁ ତରଭା ଥାନା ଅଞ୍ଚଳରେ ରହୁଥିବା ସମସ୍ତ ବରିଷ୍ଠ ନାଗରିକଙ୍କ ସୂଚନା ସଂଗ୍ରହ କରାଯିବ ଯୋଜନା ରହିଥିବା ନେଇ ଆଇଆଇସି ଶ୍ରୀ ପାଣିଗ୍ରାହୀ କହିଥିଲେ। ବୈଠକରେ ବରିଷ୍ଠ ନାଗରିକ ଅଶୋକ କୁମାର ସାହୁ, ଦେବେନ୍ଦ୍ର ବିଜୟ ସାହୁ, ହରିବନ୍ଧୁ ପାଣିଗ୍ରାହୀ, ଅକ୍ଷୟ କୁମାର ବାଘ, କଳାକାହ୍ନୁ ଦଳବେହେରା, ଜୟକିଶୋର ସାହୁ, ଜୟପ୍ରକାଶ ନାରାୟଣ ସାହୁ, ରାଜକିଶୋର ସାହୁ, ଶଙ୍କର ଭବାନୀ ସାହୁ, କ୍ଷେତ୍ରବାସୀ ସାହୁ, ବିକ୍ରମ ସାହୁ ,ସାମ୍ବାଦିକ ମାନଭଞ୍ଜନ ମିଶ୍ର, ଅନ୍ତର୍ଯ୍ୟାମୀ ସାହୁ,କପିଳାସ ସେଠ, ଭୋଲା କୁମାର ବର୍ମା, କଲ୍ୟାଣ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ଶେଷରେ ମାନଭଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।