Friday, November 15, 2024

ଧାନ ବିକ୍ରି କରିବାରୁ ବଞ୍ଚିତ ଚାଷୀ ତରଭା ତହସିଲଦାରଙ୍କ ଦ୍ୱାରସ୍ଥ

କ୍ଷେତ୍ର ପରିଦର୍ଶକଙ୍କ ଭୁଲ ରିପୋର୍ଟ ଯୋଗୁଁ ଧାନ ବିକ୍ରି କରିବାରୁ ବଞ୍ଚିତ ଚାଷୀ ତରଭା ତହସିଲଦାରଙ୍କ ଦ୍ୱାରସ୍ଥ I ପ୍ରାପ୍ତ ସୂଚନା ମୁତାବକ ବଡଭଇଁରୋ ରାଜସ୍ୱ ନିରୀକ୍ଷକଙ୍କ ଅଧିନସ୍ଥ ପଣ୍ଡକିମାଲ ନିବାସୀ ଭୁବନେଶ୍ୱର ସାହୁ ତାଙ୍କର କଟାପାଲି ପଞ୍ଚାୟତର ଚିରଗୁନମୁହାଣ ମୌଜା ଖାତା ନମ୍ବର ୧୭ ରେ ଥିବା ପାଞ୍ଚ ଏକର ୧୯୦ ଡ଼ିସିମିଲ ଏବଂ ପଣ୍ଡକିମାଲ ମୌଜା ଖାତା ନମ୍ବର ୨୬,୬୭ ଓ ୫୭ରେ ଥିବା ୧ ଏକର ୨୦୦ ଡ଼ିସିମିଲ ଜମିରେ ଚଳିତ ରବିରେ ଧାନ ଚାଷ କରିଥିଲେ। ଏହି ଧାନ ମଣ୍ଡିରେ ବିକ୍ରୟ ପାଇଁ ଟୋକନର ଆବଶ୍ୟକତା ରହିଥିବା ବେଳେ କେବଳ ପଣ୍ଡକିମାଲ ଜମିର ଧାନ ବିକ୍ରୟ କରିବା ପାଇଁ ଟୋକନ ପ୍ରଦାନ କରାଯାଇଛି । ହେଲେ ଚିରଗୁନମୁହାଣ ଜମିର ଧାନ ବିକ୍ରୟ ପାଇଁ ଟୋକନ ନମିଳିବାରୁ ଭୁବନେଶ୍ୱର ପ୍ୟାକ୍ସ ରେ ଯାଇ ପଚାରିବାରୁ ଉକ୍ତ ଜମିରେ ଚାଷ ହୋଇନଥିବା ନେଇ କ୍ଷେତ୍ର ପରିଦର୍ଶକ ରିପୋର୍ଟ ଦେଇଥିବା ଜାଣିବାକୁ ପାଇଥିଲେ। ଏହାକୁ ନେଇ ସେ ତରଭା ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନକୁ ଏହାର ତଦନ୍ତ କରି ଟୋକନ ଯୋଗାଇ ଦେବାକୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇଲା ପରେ ଏହାର ଅନୁସନ୍ଧାନ କରି ତାଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ତହସିଲଦାର କହିଥିବା ଜଣାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles