Friday, November 15, 2024

jnv ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଘାଟକଇନ୍ତରା ସ୍ଥିତ ଶ୍ରୀ ହରି ବିଦ୍ୟାନିକେତନର ପାଞ୍ଚଜଣ ଛାତ୍ର ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ରେ କୃତକାର୍ଯ୍ୟ ହୋଇଛନ୍ତି। ଶ୍ରୀ ହରି ପଞ୍ଚମ ଶ୍ରେଣୀ ଛାତ୍ର ଦିବ୍ୟାଂସୁ ସାହୁ, ପିୟୂଷ ତରିଆ, ସଂପ୍ରିତ କୁମାର ପୂଜାହରୀ, ସଂପ୍ରୀତ ରାଜ ସେଠୀ ଓ ସବ୍ୟସାଚୀ ବେହେରା ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଉକ୍ତ ଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଶନିବାର ପୂର୍ବାହ୍ନ 10 ଘଣ୍ଟା ସମୟରେ ଶ୍ରୀ ହରି ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶକ ଡ଼ ରାଜେଶ କୁମାର ମେହେରଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ରୂପେ ତରଭା ଏ. ଇ. ଏସ ମହାବିଦ୍ୟାଳୟ ର ଅଧ୍ୟକ୍ଷା ସୁଶ୍ରୀ ମିନତି ମିଶ୍ର, ତରଭା ଏ.ବି.ଇ.ଓ ସତ୍ୟନାରାୟଣ ମହାପାତ୍ର, ବିଶିଷ୍ଟ ଶିକ୍ଷାବିତ୍ ହରିବନ୍ଧୁ ପାଣିଗ୍ରାହୀ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ବିଦ୍ୟାଳୟ ର ଅଧ୍ୟକ୍ଷା ଜିନାରାଣୀ ମେହେର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ୫ ଜଣ ବ୍ୟତୀତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ଶ୍ରୀହରି ବିଦ୍ୟଳୟର ୧୧ ଜଣ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟ ର ପୁରାତନ ଛାତ୍ର ପ୍ରଦୁମ୍ନ ଦାସ ୯୭.୨% , ଆଶୁତୋଷ ମିଶ୍ର ୯୨.୬%, ରାହୁଲ ସାହୁ ୮୮.୪% ଓ ଅବଶେଷ ମିଶ୍ର ୮୭.୪% ମାର୍କ ଆଣି ଦଶମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ରୁ ବିଦ୍ୟାଳୟ ତରଫରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ ପୁରାତନ ଛାତ୍ର ରାଜଦୀପ ନାୟକ ଆଇଆଇଟି ଜାମ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀମାନଙ୍କ ମାତାପିତା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀହରି ବିଦ୍ୟନିକେତନ କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ପୂର୍ବତନ ବିଧାୟକ ଅଚ୍ୟୁତାନନ୍ଦ ବିଶ୍ଵାଳ, ଅବସରପ୍ରାପ୍ତ ଶିକ୍ଷକ ଜୟପ୍ରକାଶ ନାରାୟଣ ସାହୁ, ରାଜକିଶୋର ସାହୁ, ଭାରତ ଚନ୍ଦ୍ର ମିଶ୍ର, ଅଭିଭାବକ ଅଭିଭାବିକା, ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ଉପସ୍ଥିତ ରହି କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଶିକ୍ଷୟତ୍ରୀ ତପଶ୍ୱନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles