ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ଥିବା ସାପ୍ତାହିକ ବଜାରର ଦୃଶ୍ୟ I ରବିବାର ତରଭା ଏନଏସି ଆଗରେ ବସିଥିବା ସାପ୍ତାହିକ ବଜାର ସୁଧୁରିନି ଅବସ୍ଥା I ଭଲକି ଦେଖନ୍ତୁ, ସାପ୍ତାହିକ ବଜାରର ପ୍ରାୟ ସବୁଆଡେ କାଦୁଅ ସର ସର I ଲୋକେ ସଉଦା କିଣିବାକୁ ଯାଉଥିବା ବେଳେ ନାନା ପ୍ରକାରର ଅସୁବିଧାର ଶମ୍ବୁଖୀନ ହେଉଥିବା ଦେଖାଦେଇଛି I ଅଞ୍ଚଳର ଏକ ବୃହତ ସାପ୍ତାହିକ ବଜାରର ଏହିଭଳି ଅବସ୍ଥା ରହିଛି ଯେ ଲୋକେ କିଣାବିକା କରିବାର ଦୂରର କଥା ଏହିଭଳି ଅବସ୍ଥା ଦେଖି ଫେରି ଯାଉଥିବା ଦେଖିବାକୁ ମିଳିଛି I ବର୍ଷା ଆରମ୍ଭରୁ ଯଦି ଏପରି ହୁଏ ତେବେ ଲଗାଣ ବର୍ଷା ହେଲେ କଣ ହେବ ତାହା ଥରେ ଭାବି ଦେଖନ୍ତୁ I ଏଠାକୁ ଆସୁଥିବା ଛୋଟ ବଡ ବ୍ୟବସାୟୀଙ୍କ ଠାରୁ ପ୍ରାୟ 20 ଟଙ୍କା ରୁ ଆରମ୍ଭ କରି 170 ଟଙ୍କା ପର୍ଯ୍ୟନ୍ତ ଠିକା ସଂସ୍ଥା ଟିକସ ଆଦାୟ କରୁଥିବା ଜଣାଯାଇଛି I ହେଲେ ବ୍ୟବସାୟୀ ତଥା ଏଠାକୁ ଆସୁଥିବା ଲୋକଙ୍କ ପାଇଁ ଠିକା ସଂସ୍ଥା କିମ୍ବା ତରଭା ଏନଏସି କର୍ତ୍ତୃପକ୍ଷ କୌଣସି ସୁବିଧା କରୁନଥିବା ଅଭିଯୋଗ ହୋଇଛି I ପ୍ରକାଶ ଥାଉ କି ପୂର୍ବରୁ ଶୈଳେନ୍ଦ୍ର କୁମାର ସାହୁ ଏନଏସି ଅଧ୍ୟକ୍ଷ ଥିବା ସମୟରେ ଦଶ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସାପ୍ତାହିକ ବଜାରରେ ବ୍ୟବସାୟୀଙ୍କ ବସିବା ନିମନ୍ତେ ଅନେକ ଗୁଡିଏ ପିଣ୍ଡି ନିର୍ମାଣ କରାଯାଇଥିଲା I ହେଲେ ସେ ଗୁଡିକ ଭଙ୍ଗାଯାଇ ନୂତନ ଭାବେ ଷ୍ଟଲ ନିର୍ମାଣ କରାଯାଇ ସାପ୍ତାହିକ ବଜାରର ବ୍ୟବସାୟୀଙ୍କୁ ପ୍ରଦାନ ନକରି ଚକ୍ରାନ୍ତ କରି ବଡବଡିଆ ଲୋକଙ୍କୁ ପ୍ରଦାନ କରାଯାଇଥିବା ଜଣାଯାଇଛି I ବିଭିନ୍ନ ଗଣମାଧ୍ୟମ ମାନଙ୍କରେ ବଜାରର ଅବସ୍ଥାକୁ ନେଇ ବାରମ୍ବାର ଖବର ପ୍ରକାଶ ପାଇଲା ପରେ ମଧ୍ୟ ପ୍ରଶାସନ ଚେଇଁ ସୋଇଛି I ତେବେ ତରଭା ସାପ୍ତାହିକ ବଜାରର ଅବସ୍ଥା କେବେ ସୁଧୁରିବ ତାହା ଦେଖିବାକୁ ବାକି ରହିଲା I