Friday, November 15, 2024

ଜେଏମଏଫସି ଆନୁକୁଲ୍ୟରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ତରଭା : ଚୌସ୍ତରି ତମ ବନ ମହୋତ୍ସବ ପାଳନ ଅବସରରେ ଶୁକ୍ରବାର ଯେଏମଏଫସି କୋର୍ଟ ତରଭା ଏବଂ ତରଭା ବ୍ଲକ କୁମ୍ଭାରମୁଣ୍ଡା ସେକ୍ସନ ବନ ବିଭାଗର ମିଳିତ ଆନୂକଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଯେଏମଏଫସି କୋର୍ଟ ର ବିଚାରପତି ସରିତା କୁମାରୀ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ I ପ୍ରଥମେ ଜବାହାର ନବୋଦୟ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା I ଏଥିରେ jnv principal, ତରଭା ଥାନା ଆଇଆଇସି anita kiddo ଙ୍କ ସମେତ ବହୁ ଛାତ୍ରଛାତ୍ରୀ ସାମିଲ ରହିଥିଲେ I ସେହିପରି ତରଭା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ହୋଇଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ସୁବାଷ ଚନ୍ଦ୍ର ମିଶ୍ର, ରାଜୁ ଶର୍ମା, ତଥା ଅନ୍ୟ ଗୁରୁଜୀ ମାନେ ଯୋଗଦେଇ ନାନା ପ୍ରକାରର ଚାରା ରୋପଣ କରିଥିଲେ I କାର୍ଯ୍ୟକ୍ରମ ଶେଷ ପର୍ଯାୟରେ ଯେଏମଏଫସି କୋର୍ଟ ପରିସରରେ ସମସ୍ତେ ମିଶି ବୃକ୍ଷ ରୋପଣ କରିଥିଲେ I ଆଜିର ଏହି ସମସ୍ତ ସ୍ଥାନରେ ହୋଇଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବିଚାରପତି ସରିତା କୁମାରୀ ପଣ୍ଡା ଙ୍କ ସମେତ jmfc ମୁଖ୍ୟ କିରାଣୀ ବିରାଜ ଲକ୍ଷ୍ମୀ ବହିଦାର, ଦେବାଶିଷ ମିଶ୍ର , ଡ଼ିଡ଼ି ରଥ , ଶୁଭଦର୍ଶିନୀ ମିଶ୍ର , ତେଜରାଜ କୁଅଁର, ଓକିଲ ସଂଘ ସଭାପତି ସୁରେଶ ଚନ୍ଦ୍ର ମହଲା, ଆଇନ ଯିବି ସତ୍ୟନାରାୟଣ ନାଏକ, ଉମେଶ ନାଏକ, ସୁଵିଜ୍ଞ ଦରୁଆନ, ଫରେଷ୍ଟ ଗାର୍ଡ ଜୟନାରାୟଣ ମିଶ୍ର, ପୁଷ୍ପାଞ୍ଜଳି ଭୋଇ, ସ୍ୱାଧୀନ ଦଳବେହେରା ଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ I

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
804FollowersFollow
0SubscribersSubscribe

Latest Articles