Home Entertainment ଆଦିବାସୀ ଉତ୍ସବ ୨୦୨୨ ଧୁମଧାମରେ ପାଳିତ

ଆଦିବାସୀ ଉତ୍ସବ ୨୦୨୨ ଧୁମଧାମରେ ପାଳିତ

0

ତରଭା ବ୍ଲକ ଅନ୍ତର୍ଗତ କମସରା ପଞ୍ଚାୟତ ମହୁଲପାଲି ଠାରେ ଆଦିବାସୀ ଉତ୍ସବ ୨୦୨୨ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସୁବର୍ଣ୍ଣପୁର ତରଭା ଶାଖା ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି l ଉତ୍ସବରେ ମୁଖ୍ୟଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଅଧକାରୀ ନିହାର ରଞ୍ଜନ କହଁର, ମୁଖ୍ୟ ବକ୍ତା ଯୋଗିନ୍ଦ୍ର ଭୋଇ, ସମ୍ମାନିତ ଅତିଥିଭାବେ ସ୍ଥାନୀୟ ତହସିଲଦାର ସୂର୍ଯ୍ୟମଣି ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ସଂଘର ସଭାପତି ଶ୍ରୀ ଶିବପ୍ରସାଦ କୁଅଁର, ସମ୍ପାଦକ କପୂର୍ଚ୍ଚନ ଭୋଇ, ଗୋଷ୍ଟି ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର, ପ୍ରମୁଖ ମଂଚାସୀନ ରହିଥିଲେ I ରୋହିତ କୁଅଁର ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ଉତ୍ସବର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ଶ୍ରୀଯୁକ୍ତ କମଳ ଭୋଇ ମଞ୍ଚ ପରିଚାଳନା କରିଥିଲେ I ନିମନ୍ତ୍ରିତ ଅତିଥିମାନେ ତାଙ୍କ ବକ୍ତବ୍ୟରେ ଆଦିବାସି ଜଙ୍ଗଲ ଜମି, ଖଣି,ପଞ୍ଚାୟତ ସଂରକ୍ଷଣ ଆଇନ୍,ସରକାରୀ ଆଇନ କାନୁନ, ଶିକ୍ଷା କ୍ଷେତ୍ରରେ ଆଦିବାସୀ ସମ୍ପ୍ରଦାୟର ଅଗ୍ରଗତି ସହ ନିଜ ପରମ୍ପରାକୁ ବଂଚାଇବାର ପ୍ରୟାସ କରିବା ନେଇ ନିଜ ନିଜର ବକ୍ତ୍ୟ ରଖିଥିଲେ I ଏହି ଉତ୍ସବରେ ଅଞ୍ଚଳର ଆଦିବାସୀ ମାନେ ତାଙ୍କର ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଏକ ଶୋଭାଯାତ୍ରା ରେ ବାହାରି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ I ସଭା କାର୍ଯ୍ୟପରେ ବିଭିନ୍ନ ଗ୍ରାମରୁ ଆସିଥିବା କଳାକାର ଆଦିବାସୀ ପରମ୍ପରା ଓ ସଂସ୍କୃତିକୁ ନେଇ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ କୁନି କୁନି କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା I ସମସ୍ତେ ଉଚ୍ଚ କୋଟିର କାଳର ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version