Home Odisha ଆଦବାସୀ ପରମ୍ପରା ଐତିହର ପର୍ବ ଚୁଡ଼ଖାଇ ଲୋକ ମହୋତ୍ସବ

ଆଦବାସୀ ପରମ୍ପରା ଐତିହର ପର୍ବ ଚୁଡ଼ଖାଇ ଲୋକ ମହୋତ୍ସବ

0

ଆଦବାସୀ ପରମ୍ପରା, ଐତିହ ର ପର୍ବ ଚୁଡ଼ଖାଇ ଯାତ୍ରାକୁ ନେଇ ଆରମ୍ଭ ହୋଇଯାଇଛି ତରଭା ବ୍ଲକ ଚୁଡ଼ଖାଇ ମହୋତ୍ସବ I ଚଳିତ ବର୍ଷ ଗତ 14 ତାରିଖ ଠାରୁ ଆରମ୍ଭ ହୋଇ ତିନିଦିନ ଧରି ଚୁଡ଼ଖାଇ ମହୋତ୍ସବ ପାଳନ କରାଯିବ I ଏହି କାର୍ଯ୍ୟକ୍ରମ ରେ ପ୍ରଥମ ଦିନରେ ହିଁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡଭିଡ ଦେଖିବାକୁ ମିଳିଥିଲା I ଚୁଡ଼ଖାଇ ପାହାଡକୁ ସରକାର ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବାପରେ ଏହି ମହୋତ୍ସବ ଆହୁରି ଧୁମ ଧାମରେ ପାଳିତ ହେଉଛି I ମହୋତ୍ସବ ପ୍ରଥମ ସନ୍ଧ୍ୟାରେ ହୋଇଥିବା ସଭାରେ ଚୁଡ଼ଖାଇ ଡଙ୍ଗର ଉନ୍ନୟନ କମିଟି ସଭାପତି ଦଶରଥ ସାହୁ ସଭାପତିତ୍ଵ କରିଥିବା ବେଳେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଡ଼ ଷୋମ୍ୟରୁପା ରଥ, ତରଭା ବ୍ଲକ ବିଡ଼ିଓ ଅନିଲ କୁମାର କୁଲ୍ଲୁ, ପୂର୍ବତନ ବ୍ଲକ ଅଧକ୍ଷା ସସ୍ମିତା ମଲ୍ଲିକ ଅତିଥି ଭାବେ ମଂଚାସୀନ ରହିଥିଲେ I ନିମନ୍ତ୍ରିତ ଅତିଥିମାନେ ଆଦିବାସୀ ପରମ୍ପରାର ପର୍ବା ଚୁଡ଼ଖାଇ ଯାତ୍ରା ଉପରେ ଆଲୋକପାତ କରିବା ସହିତ ଏହି ପର୍ଯ୍ୟଟନ ସ୍ଥଳୀ ର ଆହୁରି ଉନ୍ନତି କରିବା ନେଇ ମତ ପ୍ରକାଶ କରିଥିଲେ I ଚଳିତ ବର୍ଷ କଂସ ଭୂମିକାରେ ଅନିଲ କୁମାର ନାଏକ ଅଭିନୟ କରୁଥିବା ବେଳେ ମଞ୍ଚରେ କୃଷ୍ନପ୍ରିୟ କଳାପରିଷଦ ର ଘୁଡୁକା ନାଚ, ଶଙ୍କର ବେହେରା ଙ୍କ ଦଳ ଦ୍ୱାରା ଖୁବ ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା I ପ୍ରତିବର୍ଷ ଭଳି ଏଥର ମଧ୍ୟ ଲୋକାଙ୍କ ମନୋରଞ୍ଜନ ପାଇଁ ମଞ୍ଚରେ ବିଭିନ୍ନ କାଳର ପ୍ରଦର୍ଶନ ସହିତ ନାନା ପ୍ରକାରର ଦୋକାନ ବଜାର ଗୁଡିକ ଲାଗିଥିବା ଦେଖିବାକୁ ମିଳିଛି I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version