Home Odisha ଲୁଟ ଘଟଣାରେ 3 ଅଭିଯୁକ୍ତକୁ ଗିରଫ କଲା ମୁରିବାହାଲ ପୋଲିସ

ଲୁଟ ଘଟଣାରେ 3 ଅଭିଯୁକ୍ତକୁ ଗିରଫ କଲା ମୁରିବାହାଲ ପୋଲିସ

0

ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ବଜାର ଛକ ନିକଟରେ ଏସ୍‌ବିଆଇ ଗ୍ରାହକ ସେବାକେନ୍ଦ୍ର ଦେଇଥିବା ପଟାମରା ଗ୍ରାମର ଲଲିତ ଗହୀର ଓ ତାଙ୍କ ଭଉଣୀ ଙ୍କୁ ଗତ ଶୁକ୍ରବାର ରାସ୍ତାରେ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ୭ ଲକ୍ଷ ୩୦ ହଜାର ୨ ଶହରୁ ଅଧିକ ଟଙ୍କା, ଗୋଟିଏ ଲାପଟପ୍ ସହ ବହୁ ଜିନିଷ ଲୁଟି ନେଇଥିବା ମୁରିବାହାଲ ଥାନାରେ ଅଭିଯୋଗ ହୋଇଥିଲା । ମୁରିବାହାଲ ପୁଲିସ ତଦନ୍ତ କରି ଘଟଣାରେ ସାମିଲ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ୍ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଉଦ୍ଧାର କରିବାରେ ସଫଳ ହୋଇଥିବା ଥିଲା I ହେଲେ ଲୁଟ ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ମାଷ୍ଟର ମାଇଣ୍ଡ ଫେରାର୍‌ ଥିବା ଜଣାଯାଇଛି I ଗିରଫ ଅଭିଯୁକ୍ତମାନେ ହେଲେ ଦେଓଗାଁ ଥାନା ମୁରସିଂ ଗ୍ରାମର ଭୁବନେଶ୍ୱର ଭୋଇ ତୁଷୁରା ଥାନା ବରାହକନା ଗ୍ରାମର ଯଶୋବନ୍ତ ଛତ୍ରିଆ ଓ ସଇଁତଲା ଥାନା ଗୋଏଲଭାଡ଼ି ଗ୍ରାମର ତୋଷରଞ୍ଜନ ବାରିକ। ପୁଲିସ୍ ଗିରଫ ଅଭିଯୁକ୍ତମାନଙ୍କ ପାଖରୁ ନଗଦ ୧ ଲକ୍ଷ ୩୯ ହଜାର ୨ ଶହ ଟଙ୍କା, ଲୁଟ ଘଟଣାରେ ବ୍ୟବହୃତ ସ୍କୁଟି ଏବଂ ବାଇକ୍‌, ଗୋଟିଏ ଟାଙ୍ଗିଆ, ଫିଙ୍ଗର ପ୍ରିଣ୍ଟ ମେସିନ, ଗୋଟିଏ ମୋବାଇଲ ଫୋନ୍ ସହ ଚାର୍ଜର, ଏକ କଳା ରଙ୍ଗର ବ୍ୟାଗ୍, ଏକ ଭଙ୍ଗା ଲ୍ୟାପଟପ୍, ୩ଟି ବ୍ୟାଙ୍କର ୧୩ ଟି ଚେକ୍ ବୁକ୍, ୩ଟି କ୍ୟାସ ରେଜିଷ୍ଟର, ଭାଇଭଉଣୀଙ୍କ ଦୁଇଟି ଆଧାର କାର୍ଡ ଓ ଏକ ପ୍ଲାଷ୍ଟିକ ବାକ୍ସକୁ ଉଦ୍ଧାର କରିଛି । ଲୁଟ୍ ଲ୍ୟାପଟପ୍‌କୁ ଦୁର୍ବୃତ୍ତମାନେ ତେଲ ନଦୀରେ ଫିଙ୍ଗି ଦେଇଥିବା ବେଳେ ପୁଲିସ ପାଣିରେ ବୁଡି ଲ୍ୟାପଟପ୍ ଉଦ୍ଧାର କରିଥିଲା । ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version