Home Odisha କୃଷକ ସଂଗଠନର 12 ଘଣ୍ଟିଆ ବନ୍ଦ ଡାକରା ତରଭାରେ ସମ୍ପୂର୍ଣ ସଫଳ

କୃଷକ ସଂଗଠନର 12 ଘଣ୍ଟିଆ ବନ୍ଦ ଡାକରା ତରଭାରେ ସମ୍ପୂର୍ଣ ସଫଳ

0

ତରଭା : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରେରିତ ତିନିଗୋଟି କୃଷକ ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆଜି 12 ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି I ଏହାକୁ ସମର୍ଥନ ଜଣାଇ ତରଭା ଆଞ୍ଚଳିକ କୃଷକ ସଂଗଠନ ଏବଂ କୃଷକ ଅଧିକାର ମଞ୍ଚ ଦ୍ୱାରା ତରଭାରେ ବନ୍ଦ ପାଳନ କରାଯାଇଛି I ସଂଗଠନର ସଦସ୍ୟମାନେ ଆଜି ସକାଳୁ ସହରରେ ପିକେଟିଂ କରିଥିବା ଦେଖିବାକୁ ମିଳିଥିଲା I ତରଭା ସହରରେ ଥିବା ସମସ୍ତ ଦୋକାନ ବଜାର,ସରକାରୀ ବେସରକାରୀ କାର୍ଯାଳୟ,ଶିକ୍ଷାନୁଷ୍ଠାନ ଆଦି ସମ୍ପୂର୍ଣ୍ଣଭାବେ ବନ୍ଦ ରହିଥିଲା I କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରେରିତ ତିନିଗୋଟି କୃଷକ ଆଇନ ପ୍ରତ୍ୟାହାର ଏବଂ ତରଭା ଅଂଚଳକୁ ସମ୍ପୂର୍ଣ ମରୁଡି ଘୋଷଣା ଦାବିରେ କୃଷକ ସଂଗଠନର ସଦସ୍ୟମାନେ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା I ଏହି ବନ୍ଦ ପାଳନରେ ତରଭା ଆଞ୍ଚଳିକ କୃଷକ ସଂଗଠନ ସଭାପତି ସଦାନନ୍ଦ ପାଣିଗ୍ରାହୀ,ସମ୍ପାଦକ ପୁରନ୍ଦର ବାଘ,ଚାଷୀନେତା ମିତ୍ରବ୍ରତ ମିଶ୍ର,କୃଷକ ଅଧିକାର ମଞ୍ଚର ମୁଖ୍ୟ ଭୋଲା କୁମାର ବର୍ମା,ବାଳଗୋପାଲ ପଧାନ,ରଞ୍ଜିତ ନାଏକ,ନଈଦ୍ୟ କୁମାର ସା,ଶଙ୍କର ମହଲା, ବିଜୟ ଅଗ୍ରୱାଲ ପ୍ରମୁଖ ସାମିଲ ରହିଥିଲେ I ଏହି ବନ୍ଦ କୁ ସମର୍ଥନ ଜଣାଇ ତରଭା କଂଗ୍ରେସ ଦଳର ବ୍ଲକ ସଭାପତି କାର୍ତ୍ତିକ ନାଗ,ଏନଏସି ଉପସଭାପତି ଶ୍ରୀତମ ଭୂଷଣ ଗୁରୁ,ଗଣେଶ ଗୁରୁ ପ୍ରମୁଖଙ୍କ ନେତୃତ୍ୱରେ ବହୁ ଦଳୀୟ କର୍ମୀ ଯୋଗଦାନ କରିଥିଲେ I କୃଷକ ସଂଗଠନର ଏହି ବନ୍ଦ ଡାକରା ତରଭାରେ ସମ୍ପୂର୍ଣ ସଫଳ ହୋଇଛି I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version