ତରଭା : ଶନିବାର ତରଭାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇ ଯାଇଛି। ସମ୍ବାଦ ସାହିତ୍ୟ ଘର ତରଭା ଦ୍ୱାରା ଶ୍ରୀ ହରି ବିଦ୍ୟାନିକେତନ ପରିସରରେ ସଭାପତି ବନବାସ ମେହେରଙ୍କ ଅଧ୍ୟକ୍ଷତାରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଥିଲା । ଶିଵତୁଲା ସ୍ଥିତ ଶ୍ରୀହରି ଵିଦ୍ୟାପୀଠ ଠାରେ ପ୍ରଧାନ ଶିକ୍ଷୟତ୍ରୀ ଜିନାରାଣୀ ମେହେରଙ୍କ ଅଧ୍ୟକ୍ଷତା ରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଥିଲା। ପ୍ରଥମେ ବିଦ୍ୟାଳୟ ପରିସରରେ ଅବସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତିରେ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଶିକ୍ଷୟତ୍ରୀ ଅଜିତା ସା ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ, ରାମକାନ୍ତ ସରଭାଙ୍ଗିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅନଲାଇନରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ତରଭା ବ୍ଲକ ତଥା ନଗର କଂଗ୍ରେସ କମିଟୀ ତରଫରୁ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇ ଯାଇଛି। ଏହି ଅବସରରେ ଶିବକୁମାର ଆଗ୍ରୱାଲ, କାର୍ତ୍ତିକ ନାଗ, ଶ୍ରୀତମ ଗୁରୁ, ଗଣେଶ ଗୁରୁ, ଅବତାର ବଗର୍ତ୍ତି, ଦିଗାମ୍ବର କର୍ଣ୍ଣ, ଗୌରବ ନାଏକଓ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ରହି ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସନ୍ଧ୍ୟା ୭ଟା ରେ ଏଫଆରସିସି ଓ ବରିଷ୍ଠ ନାଗରିକ ସଙ୍ଘ ମିଳିତ ଅନୁକୂଲ୍ୟ ରେ ଗାନ୍ଧୀ ଓ ଶାସ୍ତ୍ରି ଜୟନ୍ତି ଏଫଆରସିସି ଠାରେ ପାଳନ କରାଯାଇଛି। କ୍ଲବ ଓ ସଂଘର ଅନେକ ସଦସ୍ୟ ଉପସ୍ଥିତ ରହିଥିଲେ।