Home Odisha ସୁବର୍ଣ୍ଣପୁର ଜିଲ୍ଲା ନୂତନ ନ୍ୟାୟାଳୟ କୋଠାଘରର ଉଦଘାଟନ

ସୁବର୍ଣ୍ଣପୁର ଜିଲ୍ଲା ନୂତନ ନ୍ୟାୟାଳୟ କୋଠାଘରର ଉଦଘାଟନ

0

ସୁବର୍ଣ୍ଣପୁର : ବହୁ ଦିନର ପ୍ରତୀକ୍ଷା ପରେ ଆଜି ସୋନପୁର ସହରରେ ଥିବା ଜିଲ୍ଲା ନ୍ୟାୟାଳୟର ନୂତନ କୋଠାଘରର ଆଜି ଶୁଭ ଉଦ୍‌ଘାଟନ ହୋଇଯାଇଛି । ଓଡିଶା ହାଇକରୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ୍ ଡ. ଏସ୍‌. ମୁରଲିଧରଙ୍କ କରକମଳରେ ଉଦ୍‌ଘାଟିତ ହୋଇଛି ନବ ନିର୍ମିତ କୋଠାଘର । ଘୋଡାଘାଟପଡା ଐତିହାସିକ ଶଶୀସେଣା ମନ୍ଦିର ସଂମୁଖରେ ଖୁବ୍ ଆକର୍ଷଣୀୟ ଢଙ୍ଗରେ ନିର୍ମାଣ ହୋଇଛି ଜିଲ୍ଲା ନ୍ୟାୟାଳୟର ଏହି ନୂତନ କୋଠାଘର । ଏହି ଉଦ୍‌ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟ ବିଚାରପତି ମାନ୍ୟବର ଜଷ୍ଟିସ୍ ସି.ଆର୍ ଦାଶ, ଜଷ୍ଟିସ୍ ଶତ୍ରୁଘ୍ନ ପୂଝାରୀ ଏବଂ ଜଷ୍ଟିସ୍ ସାବିତ୍ରୀ ରଥ ମଧ୍ୟ ଯୋଗଦାନ କରିଥିଲେ । ଅତିଥିମାନଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ପରେ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୁର୍ତି ଉନ୍ମୋଚନ କରାଯାଇଥିଲା I ଏହି ଉଦ୍‌ଘାଟନି ଉତ୍ସବରେ ଜିଲ୍ଲା ଓକିଲ ସଂଘର ସଦସ୍ୟ ତଥା ବହୁ ସଚେତନ ବ୍ୟକ୍ତି ସାମିଲ ରହିଥିଲେ I ନ୍ୟାୟାଳୟ ପରିସରରେ ୫ ମହଲା ବିଶିଷ୍ଟ ଏହି କୋଠାରେ ରହିଛି ଶତାଧିକ କଠୋରୀ । ଯେଉଁଥିରେ ବିଭିନ୍ନ ନୟାଳୟର କାର୍ଯ୍ୟ ସୁଚାରୁରୂପେ କରିହେବ ବୋଲି ଜଣାପଡିଛି I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version