Home Devotion ରାନିଝୁଲା ପର୍ବତ ଶିଖରରେ ପ୍ରଭୁ ଶ୍ରୀରାମ ଙ୍କ ବିଗ୍ରହ ସ୍ଥାପନ

ରାନିଝୁଲା ପର୍ବତ ଶିଖରରେ ପ୍ରଭୁ ଶ୍ରୀରାମ ଙ୍କ ବିଗ୍ରହ ସ୍ଥାପନ

0

ସୁବର୍ଣ୍ଣପୁର: ତରଭା ଅଂଚଳର ଲୋକଙ୍କ ବହୁଦିନର ଆଶା ଆକାଂକ୍ଷା ଆଜି ପୂରଣ ହୋଇଛି I ତରଭା ବ୍ଲକ ଅନ୍ତର୍ଗତ କମସରା ନିକଟସ୍ଥ ଐତିହାସିକ ରାନିଝୁଲା ପର୍ବତ ଶିଖରରେ ଆଜି ପ୍ରଭୁ ଶ୍ରୀ ରାମଙ୍କ ବିଗ୍ରହ ସ୍ଥାପନ ଏବଂ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I I ରାନିଝୁଲା ଉନ୍ନୟନ କମିଟି ପକ୍ଷରୁ ହୋଇଥିବା ପ୍ରତିଷ୍ଠା ଉତ୍ସବରେ ଆଜି ସକାଳୁ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଆସି ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ ଲାଭ କରିଥିଲେ I କମିଟୀ ପକ୍ଷରୁ ସାତ ଫୁଟ ବିଶିଷ୍ଟ ପ୍ରଭୁ ଶ୍ରୀ ରାମଙ୍କ ବିଗ୍ରହ ସ୍ଥାପନ କରାଯାଇଛି I ଏହି ବିଗ୍ରହ ପ୍ରତିଷ୍ଠା ବେଳେ ଆନନ୍ଦ ଉଲ୍ଲାସ ର ସହ ଘଣ୍ଟ ଶଙ୍ଖ ନାଦରେ କମ୍ପି ଉଠୁଥିଲା ରାନିଝୁଲା ପର୍ବତ ଶିଖର I ଶ୍ରଦ୍ଧାଳୁ ବହୁ ଉଚ୍ଚ ପର୍ବତ ଶିଖର ଚଢି ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ କରି କାର୍ତିକ ମାସରେ ପୁଣ୍ୟ ଅର୍ଜନ କରିଥିବା ପ୍ରକାଶ କରିଛନ୍ତି I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version