କଣ୍ଟାବାଞ୍ଜି ସହରରେ ରାଧାକୃଷ୍ଣ ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ହର୍ଷ ଉଲ୍ଲାସର ସହ ପାଳନ କରାଯାଇଛି I ସେହିପରି ସହରରେ ଥିବା ଜଗନ୍ନାଥ ମନ୍ଦିର , ରାମ ମନ୍ଦିର , ଗାୟତ୍ରୀ , ମାତା ମନ୍ଦିର ଓ ମହାବୀର ରେସିଡେନ୍ସି ରେ ମଧ୍ୟ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା । ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ନୀତି ସହିତ ପ୍ରଭୁ ଶ୍ରୀ କୃଷ୍ଣଙ୍କୁ ପଞ୍ଚାମୃତ ରେ ଅଭିଷେକ କରିବା ପରେ ସନ୍ଧ୍ୟା ସମୟ ସିଙ୍ଗାର ଓ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ଅଗ୍ରୱାଲ ସଭା ଦ୍ୱାରା ସନ୍ଧ୍ୟାରେ ହୋଇଥିବା ଭଜନ କାର୍ଯ୍ୟକ୍ରମରେ ଭଜନ ସମ୍ରାଟ ମନୀଷ ଶର୍ମା ଓ ଟିଙ୍କୁ ସୋନି ଭଜନ ର ତାଳେ ତାଳେ ସମସ୍ତେ ନାଚି ଉଠିଥିଲେ । ମନ୍ଦିର ପୂଜକ ରପୁ ମହାରାଜ ଓ ଆନନ୍ଦ ମହାରାଜ ପୂଜା ଅର୍ଚ୍ଚନା ଦାଇତ୍ଵ ଗ୍ରହଣ କରିଥିବା ବେଳେ ମନ୍ଦିର ରେ ଶତାଧିକ ମହିଳା ପୁରୁଷଙ୍କ ସମାଗମ ହୋଇଥିଲା । ସମସ୍ତେ ମନ ଧ୍ୟାନ ଦେଇ ପ୍ରଭୁ କୃଷ୍ଣଙ୍କ ଜନ୍ମ ସମୟକୁ ଆବେଗର ସହିତ ଅପେକ୍ଷା କରିଥିଲେ ଯେ କେତେବେଳେ ସେହି ସମୟ ଆସିବ । ସମସ୍ତେ ପ୍ରଭୁଙ୍କୁ ଦୋଳିରେ ଝୁଲାଇବାର ଇଚ୍ଛାରେ ଜଗି ବସିଥିଲେ । ମନ ମଧ୍ୟରେ ଭକ୍ତିର ଭାବନା ସୃଷ୍ଟି ହୋଇ ଥିବା ବେଳେ କିଛି ସମୟ ବିତି ଯିବାପରେ ପ୍ରଭୁ ଜନ୍ମ ଲାଭ କଲାପରେ ସମସ୍ତ କୃଷ୍ଣ ପ୍ରେମୀ ପ୍ରଭୁଙ୍କୁ ଦୋଳି ଝୁଲାଇ ମନରେ ସନ୍ତୋଷ ଲାଭ କରିଥିଲେ ।