ମରଣଯନ୍ତା ପାଲଟିଛି ତରଭା ବାଇପାସ ରାସ୍ତା I ତରଭା ଠାରେ ଥିବା ପେଟ୍ରୋଲ ପମ୍ପକୁ ଲାଗି ରହିଛି ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ଏକ ବାଇପାସ ରାସ୍ତା I ଉକ୍ତ ରାସ୍ତା ଦେଇ ସହ ସହ ଭାରି ଯାନବାହାନ ଚଳାଚଳ ଲାଗି ରହିଛି I ପାଣିମୁରା ଠାରେ ଇଥାନଲ ଫ୍ୟାକ୍ଟରୀ ହେବ ଦ୍ୱାରା ଆହୁରି ଅଧିକ ଗାଡି ଯିବା ଆସିବା କରୁଥିବା ଜଣାଯାଇଛି I ହେଲେ ବର୍ତମାନ ଏହି ରାସ୍ତାଟି ମରଣଯନ୍ତା ପାଲଟିଛି I ରାସ୍ତାର ଅବସ୍ଥା କହିଲେ ନ ସରେ I ପେଟ୍ରୋଲ ପମ୍ପ ଛକ ଠାରୁ ବାପୁଜୀ କ୍ଲବ ମଧ୍ୟରେ ବହୁ ସ୍ଥାନ ମାନଙ୍କରେ ଗର୍ତ୍ତ ସୃଷ୍ଟି ହୋଇଛି I ରାସ୍ତା ଉପରେ ବିଭିନ୍ନ ସ୍ଥାନରେ ଏକ ରୁ ଦୁଇ ଫୁଟ ମାଟି କାଦୁଅ ଜମି ରହୁଛି I ବହୁବାର ଏହି ରାସ୍ତାରେ ଚାରିଚକିଆ ଗାଡି ଫସି ରହୁଛି I ଗତ ରାତ୍ରିରେ ଗୋଟିଏ ଟ୍ରକ ଫସି ରହିଥିବାରୁ ଯାନବାହାନ ଚଳାଚଳ ଠପ ରହିଥିଲା I ଆଜି ଉକ୍ତ ଟ୍ରକ କୁ ଦୁଇଗୋଟି ଜେସିବି ସାହାଯ୍ୟରେ ଧକ୍କା ଦେଇ ବାହାର କରାଯାଇଥିଲା I ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କିଛି ମାସ ତଳେ ପେଟ୍ରୋଲ ପମ୍ପ ଛକ ଠାରୁ ବାପୁଜୀ କ୍ଲବ ମଧ୍ୟରେ ଏନଏସି ଦ୍ୱାରା ରାସ୍ତା ଫଟାଇ ଏକ ଭୂତଳ ନାଳ ତିଆରି କରାଯାଇଥିଲା I ଫଳରେ ରାସ୍ତାର ଅନେକ ସ୍ଥାନରେ ଗର୍ତ୍ତମାନ ସୃଷ୍ଟି ହୋଇଥିଲା I ଏ ନେଇ ପୂର୍ତ୍ତ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଏନଏସି ରାସ୍ତା ଭାଙ୍ଗିବା ନେଇ ପୂର୍ତ ବିଭାଗକୁ ଜାଣିନଥିବା କହିଥିଲେ I ଏନଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିଶ୍ୱରଂଜନ ନାଏକ ଙ୍କୁ ପଚାରିବାରୁ ଟ୍ରକ ଫସି ରହିଥିବା ସ୍ଥାନରେ ଏକ କଲଭଟ ରହିଛି ତାହା ବନ୍ଦ ରହିଥିବାରୁ ଉକ୍ତ ସ୍ଥାନରେ ପାଣି ଜମିବା ସହ ଗମନା ଗମନ ରେ ବାଧା ସୃଷ୍ଟି ହେଉଥିବା ପ୍ରକାଶ କରିଛନ୍ତି I ସେ ଯାହା ହେଉନା କାହିଁକି ଉଭୟ ପୂର୍ତ୍ତ ବିଭାଗ ଏବଂ ତରଭା ଏନଏସି ର ଖାମଖିଆଲି ମନୋଭାବ ଯୋଗୁଁ ଲୋକେ ନାନା ପ୍ରକାରର ଅସୁବିଧାର ଶମ୍ବୁଖିନ ହେଉଛନ୍ତି I ଶୀଘ୍ର ଏହାର ସମାଧାନ ମୁତାବକ ଏକ ଉନ୍ନତ ମାନର ରାସ୍ତା ନିର୍ମାଣ କରାଯିବ ନେଇ ଜନସାଧାରଣରେ ଦାବି ହେଉଛି I