Home Odisha ଆଧାର ସଂଶୋଧନ ନା ରେ ଟଙ୍କା ଲୁଟ

ଆଧାର ସଂଶୋଧନ ନା ରେ ଟଙ୍କା ଲୁଟ

0

ଆଧାର ସଂଶୋଧନ ନା ରେ ଚାଲିଛି ଟଙ୍କା ଲୁଟ । 50 ରୁ କମ ଟଙ୍କା ବଦଳରେ ନିଆଯାଉଛି 100 ରୁ ଦେଢ଼ଶହ ଟଙ୍କା I ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ରୁ । ବହୁ ଦୂର ଦୁରାନ୍ତରରୁ ଲୋକେ ଆସୁଛନ୍ତି ନିଜରର ଆଧାର ସଂଶୋଧନ କରିବା ପାଇଁ I ବହୁ ଗରିବ ଖଟିଖିଆ ମୁଲିଆ ବର୍ଗର ପୁରୁଷ ମହିଳାମାନେ ଗଣୁଛନ୍ତି ସରକାରୀ ନିର୍ଦ୍ଧାରିତ ଦରଠାରୁ ଅଧିକା ଟଙ୍କା I ସରକାରଙ୍କ କଡ଼ା ନିର୍ଦ୍ଧେଶ କୁ ବେଖାତିର କରି ତରଭା ବ୍ଲକ୍ ଅଞ୍ଚଳରେ ଥିବା ବହୁ ଆଧାର କେନ୍ଦ୍ର ମାନଙ୍କରେ ଏହିଭଳି ଚାଲିଥିବା ସୂଚନା ରହିଛି I ତରଭା ବ୍ଲକ କାର୍ଯ୍ୟାଳୟ ଉପରେ ଥିବା ଆଧାର କେନ୍ଦ୍ରରେ ଲୋକଙ୍କ ଠାରୁ ଅଧିକ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଏବେ ସୁଭଦ୍ରା ଯୋଜନାର ଆବେଦନ ପାଇଁ କିଛି ଲୋକ ଆଧାର ସଂଶୋଧନ କରୁଥିବା ବେଳେ ୫୦ ଟଙ୍କା ବଦଳରେ କାହା ପାଖରୁ ୧୦୦ କାହା ପାଖରୁ ୧୫୦ ଟଙ୍କା ଲେଖାଏଁ ଆଦାୟ କରୁଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ବିଡ଼ିଓଙ୍କ ଅନିଲ କୁମାର କୁଲୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଜଣାଯାଇଛି । ସରକାରୀ ଦର ଠାରୁ ଅଧିକ ଟଙ୍କା ନେଉଥିବା ଆଧାର କେନ୍ଦ୍ର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version