Home Devotion ପହିଲି ସୋମବାର ବିଭିନ୍ନ ଶୈବପିଠ ରେ ବୋଲବମ ଭକ୍ତଙ୍କ ଭିଡ

ପହିଲି ସୋମବାର ବିଭିନ୍ନ ଶୈବପିଠ ରେ ବୋଲବମ ଭକ୍ତଙ୍କ ଭିଡ

0

ଆଜି ଆରମ୍ଭ ହେଲା ଶ୍ରାବଣର ପହିଲି ସୋମବାର । ହଜାର ହଜାର କାଉଡିଆଙ୍କ ସମାଗମରେ ମୁଖରିତ ହେଉଛି ସୋନପୁର ଠାରେ ଥିବା ଅଷ୍ଟଶମ୍ଭୁଙ୍କ ମନ୍ଦିର। ପାହାନ୍ତିଆରୁ ଶ୍ରଦ୍ଧାଳୁମାନେ ଜଳ ଚଢାଇବା ପାଇଁ ଲମ୍ବା ଧାଡିରେ ରହିଥିବା ଦେଖିବାକୁ ମିଳିଛି । ବିଶେଷକରି ଲୋକନାଥ, ବାବା ସୁବର୍ଣ୍ଣମେରୁ ,ରାମେଶ୍ବର ,ପଶ୍ଚିମ ସୋମନାଥ ଓ ଗୋକର୍ଣ୍ଣେଶ୍ବର ଆଦି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ରହିଥିଲା । କାଉଡିଆମାନେ ତେଲନଦୀ ,ମହାନଦୀ ଓ କର୍ପୁର ନଦୀର ତ୍ରୀବେଣୀ ସଂଗମରେ ସ୍ନାନ କରି ଜଳ କଳସୀ ନେଇ ଅଷ୍ଟଶମ୍ଭୁଙ୍କ ବିଭିନ୍ନ ମନ୍ଦିରରେ ଚଢାଇଛନ୍ତି ।ସେହିପରି ପବିତ୍ର ତ୍ରୀବେଣୀ ସଂଗମରୁ ଜଳ ନେଇ ଖାଲି ପାଦରେ ଚାଲିଚାଲି ଜିଲ୍ଲାର ଅନ୍ୟତ୍ର ଥିବା ଶିବ ମନ୍ଦିର ଗୁଡିକରେ ଜଳ ଚଢ଼ାଇଛନ୍ତି । ଆଜି ଜିଲ୍ଲାର ଚରଦା ର କପିଳେଶ୍ବର ,ବୈଦ୍ୟନାଥର କୋଶଳେଶ୍ବର ,ବୀରମହାରାଜପୁର ଅଂଚଳର ଚମ୍ପେଶ୍ବର, ତରଭା ନୀଳକଣ୍ଠେଶ୍ଵର ଓ ଗୋଧନେଶ୍ବର ଆଦି ପ୍ରାଚୀନ ପୀଠ ଗୁଡିକରେ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିବା ସହିତ ଜଳ ଚଢାଇଛନ୍ତି ।ତେବେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କାଉଡିଆ ମାନଙ୍କୁ ବିଭିନ୍ନ ପ୍ରକାରର ସେବା ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version