ବଲାଙ୍ଗିର : କେନ୍ଦ୍ର ସରକାର ତିନି ଗୋଟି କୃଷି ଆଇନକୁ ପ୍ରତ୍ୟାହାର କରିବା ପରେ ଆନ୍ଦୋଳନ ରତ ଚାଷୀ ଆଜି ଘର ବାହୁଡା କରୁଛନ୍ତି। ସେପଟେ ଏହାକୁ ନେଇ ଅବିଭକ୍ତ ବଲାଙ୍ଗୀର ସୁବର୍ଣ୍ଣପୁର ଜିଲ୍ଲା ମିଳିତ ଚାଷୀ ସଂଗଠନ ବିଜୟ ଉତ୍ସବ ପାଳନ କରିଛନ୍ତି। ଏବଂ ଅନ୍ୟାନ୍ୟ ଦାବି ନେଇ ଓଡ଼ିଶା ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିବ ବୋଲି କହିଛି। ସେପଟେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ତିନି କୃଷି ଆଇନକୁ ଦେଶ ତମାମରେ ଚାଷୀଙ୍କ ତୀବ୍ର ବିରୋଧ ପରେ ସରକାର ପ୍ରତ୍ୟାହାର କରିଛନ୍ତି । ସେହିପରି ଏମ,ଏସ,ପି ଦାବି କୁ ନେଇ ଚାଷୀମାନଙ୍କୁ ସରକାର ପ୍ରତିଶୃତି ଦେଇଛନ୍ତି। ଯାହାପରେ ଆଜିଠାରୁ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଥିବା ଚାଷୀ ଘର ବାହୁଡା ଆରମ୍ଭ କରିଛନ୍ତି। ଅନ୍ୟପଟେ ଆଜିର ଏହି ଦିନକୁ ଅବିଭକ୍ତ ବଲାଙ୍ଗୀର ସୁବର୍ଣ୍ଣପୁର ଚାଷୀ ସଙ୍ଗଠନ ଜିଲ୍ଲାପାଳଙ୍କ କାର୍ଯାଳୟ ଆଗରେ ଆତସବାଜି,ମିଡ଼ିଆ ବନ୍ଧୁ, ପୋଲିସ କର୍ମୀ, ଯିବା ଆସିବଲୋକ ତଥା ପରସ୍ପର ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରି ଖୁସି ମନାଇଥିଲେ I ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ହେବ ମିଳିତ କୃଷକ ସଂଗଠନ ତିନୋଟି କଲା କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରି ଆସୁଥିଲେ I ପ୍ରାୟ 700 ରୁ ଉର୍ଦ୍ଧ୍ୱ ଚାଷୀ ଆନ୍ଦୋଳନ ସମୟରେ ସହିଦ ହୋଇଥିଲେ I ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀ ଙ୍କୁ କ୍ଷତି ପୁରଣ ଦେବାକୁ ସଙ୍ଗଠନ ଦାବି କରିଛି । ଆଗାମୀ ଦିନରେ ଉଭୟ ଜିଲ୍ଲା କୁ ସମ୍ପୂର୍ଣ୍ଣ ମରୁଡି ଅଞ୍ଚଳ ଘୋଷଣା ଦାବି ନେଇ ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିବେ ବୋଲି ନିଜସ୍ୱ ମତ ରଖିଛନ୍ତି । ଆଜିର ବିଜୟ ଦିବସ ପାଳନରେ ମିଳିତ କୃଷକ ସଙ୍ଗଠନ ର ଆବାହକ ଆକାଶ ମିଶ୍ର,ବଲାଙ୍ଗିର କୃଷକ ସଂଘ ର ସଭାପତି ଜ୍ୟୋତି ପଧାନ,ନବ ନିର୍ମାଣ କୃଷକ ସଂଘର ସଂଯୋଜକ ହିମାଂଶୁ ଶେଖର ସାହୁ,ଜିଲ୍ଲା କୃଷକ ସଂଘର ଅରୁଣ ମିଶ୍ର,ଡୁଙ୍ଗୁରିପାଲି କୃଷକ ସଂଘର ସଭାପତି ବିପ୍ର ସାହୁ,ତରଭା ଆଞ୍ଚଳିକ କୃଷକ ସଂଘର ସଭାପତି ସଦାନନ୍ଦ ପାଣିଗ୍ରାହୀ, ଭୋଲା କୁମାର ବର୍ମା, ବରିଷ୍ଠ ସଂଗଠକ ବିଧୁଭୂଷଣ ତ୍ରିପାଠୀ,ମାହେଶ୍ୱରୀ ସଂଗଠନର ଅଙ୍କୁଶ ପାଣ୍ଡିଆ,ଯୁବ ଚାଷୀ ନେତା ଅମିତ କୁମାର ନୟକ ଙ୍କ ସମେତ ବହୁ ଚାଷୀ ଭାଇ ଯୋଗଦାନ କରିଥିଲେ I