Home Odisha ଏନଏସିରେ ହୋଇଥିବା ମୁକ୍ତା ଯୋଜନାରେ ଦୁର୍ନୀତି ଅଭିଯୋଗ

ଏନଏସିରେ ହୋଇଥିବା ମୁକ୍ତା ଯୋଜନାରେ ଦୁର୍ନୀତି ଅଭିଯୋଗ

0

ସୁବର୍ଣ୍ଣପୁର : ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ରାଜ୍ୟ ସରକାର I ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସି ରେ ବିଭିନ୍ନ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହୋଇଛି I ମୁକ୍ତା ଯୋଜନାରେ ତରଭା ଏନଏସିରେ ପ୍ରାୟ କୋଡିଏ ଲକ୍ଷ ବୟ ଅଟକଳରେ ତିଆରି ହୋଇଛି 57 ଟି ବର୍ଷାଜଳ ଅମଳ ପ୍ରକଳ୍ପ I ହେଲେ ସେ ସବୁ କାମରେ ଆସୁ ନାହିଁ I ମାତ୍ର ପ୍ରକଳ୍ପ ତିଆରି ହେବାର କିଛିମାସ ମଧ୍ୟରେ ସମ୍ପୂର୍ଣ ରୂପେ ଭାଙ୍ଗି ଯାଇଛି I କେଉଁଠି ଅତି ନିମ୍ନମାନର କାମ ହୋଇଛି ତ କେଉଁଠି ପ୍ରକଳ୍ପ ଅଛି ନ ନାହିଁ ତାହା ମଧ୍ୟ ଜଣା ପଡ଼ୁନାହିଁ I କେଉଁଠି ସୂଚନା ଫଳକ ମଧ୍ୟ ଭାଙ୍ଗି ପଡିଛି I ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ଅନ୍ଧାରରେ ରଖି ଦଲାଲ ଠିକାଦାର ଓ ଅଫିସର ମିଳି ମିଶି ନିମ୍ନମାନର କାମକରି ଲକ୍ଷ ଲକ୍ଷ ଟଙ୍କା ହଡପ କରୁଥିବା ଅଭିଯୋଗ ହେଉଛି I ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଦଳ ଏବଂ ସ୍ୱୟଂ ସହାୟକ ମହିଳାମାନେ ଏହିଭଳି ଅଭିଯୋଗ ଆଣି ତରଭା ଏନଏସି ଘେରାଓ କରିଥିଲେ I ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ I ତରଭା ଏନଏସି ବିରୁଦ୍ଧରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଠା ସାଜିଥିବା ନେଇ ବିଭିନ୍ନ ମହଲରେ ଏବେ ଚାଲିଛି ଚର୍ଚ୍ଚା I ତେବେ ଏ ଦିଗରେ କଣ ପଦକ୍ଷେପ ଗ୍ରହଣ କରାଯାଉଛି ଦେଖିବାକୁ ବାକି ରହିଲା I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version