Home Odisha ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କଲା ଶ୍ରମିକ ସଂଘ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କଲା ଶ୍ରମିକ ସଂଘ

0

ସୁବର୍ଣ୍ଣପୁର ଜିଲ୍ଲାର ଏକମାତ୍ର ଶିଳ୍ପ ସୋନପୁର ସୁତାକଳରେ ଲାଗି ରହିଛି ଅବ୍ୟବସ୍ଥା । ଦିର୍ଘ ଦିନ ହେବ ଶ୍ରମିକମାନଙ୍କୁ ଠିକ ଭାବରେ ପାରିଶ୍ରମିକ ମିଳୁନି । ଏହାସହ ଶ୍ରମିକମାନଙ୍କ ଇପିଏଫ ଟଙ୍କାକୁ କମ୍ପାନି କର୍ତୃପକ୍ଷ ଦେଉ ନଥିବା ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ଦାବି, ଆପତି ଅଭିଯୋଗ ପରେ ମଧ୍ୟ କମ୍ପାନି କର୍ତୃପକ୍ଷ ଓ ପ୍ରଶାସନ ଶୁଣୁ ନଥିବା ଅଭିଯୋଗ ହୋଇଛି । ପୂର୍ବ ରୁ ଆନ୍ଦୋଳନ ଓ ଧର୍ମଘଟ କରାଯାଇଥିବା ବେଳେ ଜିଲ୍ଲାପାଳ ଶ୍ରମିକଙ୍କ ଟଙ୍କା ଦେବା ପାଇଁ କମ୍ପାନିକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ କମ୍ପାନି କର୍ତୃପକ୍ଷ ତାହାକୁ ବି ମାନୁ ନଥିବା ଅଭିଯୋଗ ହୋଇଛି । ଫଳରେ ଆଜି ପୁଣି ଥରେ ସମାଜସେବୀ ବଳଦେବ ବେଦବାକ ଙ୍କ ନେତୃତ୍ୱରେ ଆନ୍ଦୋଳନ କରିଛି ଶ୍ରମିକ ସଂଘ । ଆନ୍ଦୋଳନକାରୀ ସ୍ପିନିଂ ମିଲ ଛକରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରମିକମାରଣ ନିତୀକୁ ବନ୍ଦ କରିବା ନେଇ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହାର ତୁରନ୍ତ ସମାଧାନ ନହେଲେ ଆଗାମି ଦିନରେ ବ୍ୟାପକ ଅନ୍ଦୋଳନ କରାଯିବ ବୋଲି ଚେତାବନି ଦେଇଛନ୍ତି ଆନ୍ଦୋଳନକାରୀ ।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version