Home Odisha ଏମଏସ ଧୋନି ଫେନ୍ସ କ୍ଲବ୍ ତରଫରୁ ଧୋନିଙ୍କ ଜନ୍ମ ଦିନରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ଏମଏସ ଧୋନି ଫେନ୍ସ କ୍ଲବ୍ ତରଫରୁ ଧୋନିଙ୍କ ଜନ୍ମ ଦିନରେ ରକ୍ତ ଦାନ ଶିବିର ଅନୁଷ୍ଠିତ

0

ଗୁରୁବାର ଭାରତର ସଫଳ ତମ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ 41 ସୁବର୍ଣ୍ଣପୁର ଜିଲ୍ଲାର MS ଧୋନି ଫେନ୍ କ୍ଲବ୍ ଆନୁକୁଲ୍ୟରେ ପିନାକିନି ପୋଲି କ୍ଲିନିକ ଠାରେ ଏକ ସେଚ୍ଛାକୃତ୍ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୂର୍ଯନାରାୟଣ ଦାଶ ଏହି ଶିବିରରେ ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ । MS ଧୋନି ଫେନ କ୍ଲବ୍ ର ସକ୍ରିୟ ସଦସ୍ୟ ଦିନେଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଦୀର୍ଘ 5ବର୍ଷ ଧରି ଏହି ଦିନରେ ରକ୍ତ ଦାନ ଶିବିର ଆୟୋଜନ କରାଯାଉଛି । ms ଧୋନୀ ଙ୍କ ନିରାମୟ ଜୀବନ କାମନା କରି ପ୍ରତି ବ୍ୟକ୍ତି ରକ୍ତ ଦାନ କରି ଜୀବନ ରକ୍ଷା କରିବା ସକାଶେ ଆଗେଇ ଆସିବା ନେଇ ସେ ମତ ବ୍ୟକ୍ତ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଧୋନି ଫେନ କ୍ଲବ୍ ସଦସ୍ୟ ଓମ୍ ପ୍ରକାଶ ମିଶ୍ର , ପୁରୁଷୋତ୍ତମ ପାତ୍ର , ଜିତୁ ସାହୁ, ରାଜେଶ୍ ପାଣ୍ଡେ , ପ୍ରକାଶ ବଡ଼େଇ, ରିଆଜ ଇସଲାମ, ମନୋଜ ପଣ୍ଡା , ରୁଦ୍ର ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ରକ୍ତ ଶିବିର ଆୟୋଜନ ରେ ସହୟୋଗ କରିଥିଲେ । ଜିଲ୍ଲା ରକ୍ତ କେନ୍ଦ୍ର ର ଡ୍ର ଦୁର୍ଗା ଦତ୍ତ ଦାସ, ସୁବାସ ପଣ୍ଡା , ଜଗତ ଦରୁଆନ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version