Home Odisha ପାଣିଘେରରେ ଗ୍ରାମବାସୀ, ବନ୍ୟା ଭଳି ପରିସ୍ଥିତି

ପାଣିଘେରରେ ଗ୍ରାମବାସୀ, ବନ୍ୟା ଭଳି ପରିସ୍ଥିତି

0

Bargarh : ଲଗାଣ ବର୍ଷା ଯୋଗୁଁ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ର ଚିଖିଲି ଗ୍ରାମରେ ପାଣି ମାଡିଛି I ଶହଶହ ଏକର ଧାନଫସଲ ଓ ପନିପରିବା ଫସଲ ଜଳମଗ୍ନ ହେବାରୁ ଚିନ୍ତାରେ ଚାଷୀ । ହୀରାକୁଦ ନଦୀବନ୍ଧ ର ପଛୁଆ ପାଣିରେ ଅମ୍ବାଭୋନା ବ୍ଲକର ଅନେକ ଗାଁ ରେ ବନ୍ୟା ପାଣି ମାଡିବାରେ ଲାଗିଛି । ଛତିଶଗଡ ପଟୁ ଅଧିକ ବର୍ଷା ତଥା ଛତିଶଗଡର ଅନେକ ଡେମ ରୁ ଅଧିକ ପାଣି ମହାନଦୀରେ ଆସୁଥିବାରୁ ମହାନଦୀ ଫୁଲିବାରେ ଲାଗିଛି ଓ ବନ୍ଯା ପରିସ୍ଥିତି ସୃଷ୍ଟି ହୋଇଛି । ଅମ୍ବାଭୋନା ବ୍ଲକ ର ଚିଖିଲି ସମେତ ଅନ୍ତରାଡି, ବେନିଆପାଲୀ,ଘୁଘୁରାପାଲୀ, ବୁଢିପାଲୀ, ବଡମାଳ ଆଦୀ ଗ୍ରାମ ମାନଙ୍କର ଶହଶହ ଏକର ଧାନ ଫସଲ ଓ ପନିପରିବା ଚାଷ ପାଣିରେ ବୁଡି ରହିଛି । ଡୁଙ୍ଗୁରୀ ଅଂଚଲରୁ ଅମ୍ବାଭୋନା ଅଂଚଲକୁ ସଂଯୋଗ କରୁଥିବା ବୁଢିପାଲୀ-କହ୍ନେଇପାଲୀ ନିକଟସ୍ଥ ପୋଲ ଉପରେ ବନ୍ୟାପାଣି ଥିବାରୁ ଯାତାୟତ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଅତ୍ୟଧିକ ବର୍ଷାଯୋଗୁଁ ଏହି ଅଂଚଲର ଅନେକ ଙ୍କ ମାଟିଘର ମଧ୍ଯ ଭୁଷୁଡ଼ି ପଡିଥିବା ଜଣାଯାଇଛି I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version