ଭଙ୍ଗ ଘରେ ବିତୁଛି ଜୀବନ I ଅସହାୟ ଅବସ୍ଥାରେ ଉଭୟ ବୃଦ୍ଧ ଦମ୍ପତି I ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆସିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଳକ ଜଡାମୁଣ୍ଡା ଗାଁରେ । ବ୍ଲକ ମୁଖ୍ଯ କାର୍ଯ୍ଯାଳୟରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଏହି ଗାଁ ରେ ବର୍ଷେ କି ଦୁଇ ବର୍ଷ ନୁହେଁ ଦିର୍ଘ କୋଡିଏ ବର୍ଷ ରୁ ଉର୍ଦ୍ଧ ହେବ ଏମିତି ଦୁର୍ଦଶା ରେ ଯିବନ ବିତାଉଛନ୍ତି ସେହି ଗ୍ରାମର ମୁଣ୍ଡା ଦମ୍ପତ୍ତି ।ଚାରୋଟି ଝିଅ ବାହା ହୋଇ ନିଜ ଶାସୁ ଘରେ ରହୁଥିବା ବେଳେ ଗୋଟିଏ ମାତ୍ର ପୁଅ ଯାହାର ମୃତ୍ଯୁ ହୋଇସାରିଛି। ପଞ୍ଚାୟତ ପକ୍ଷରୁ ମିଲୁଥୀବା ମାସକୁ ଦଶ କେଜି ଚାଉଳ ଓ ଦୁହିଁଙ୍କୁ ମିଲୁଥିବା ବାର୍ଦ୍ଧକ୍ଯ ଭତ୍ତା ପେଟାପାଟଣାର ସାହାଯ୍ୟ ସାଜିଛି । ଗାଁର ଲୋକେ ଏମାନଙ୍କ ଅବସ୍ଥା ଦେଖି ବେଳେ ବେଳେ ସାହାଯ୍ୟର ହାତ ବାଢି ଦିଅନ୍ତି I ଏପରି ପରିସ୍ଥିତିରେ ପରଦେଶି ମୁଣ୍ଡା ରୋଗାକ୍ରାନ୍ତ ହୋଇ ଖଟିଖିଆ ରେ ପଡି ରହିଛନ୍ତି। ବର୍ଷା ଦିନ ହେଲେ ଘରର ଦୁର୍ଦସା ଆହୁରି ବଢିଯାଏ। ବର୍ଷା ହେଲେ ଦୁଇ ପ୍ରାଣି ଅଖିଆ ଅନିଦ୍ରାରେ ଦିନ କାଟୁଥୀବା କହିଛନ୍ତି ବୃଦ୍ଧ ଦମ୍ପତି । ଅନ୍ଚଳର ନିର୍ବାଚିତ ଜନପ୍ରତିନିଧି ଠୁ ଆରମ୍ଭ କରି ପ୍ରାଶାସନିକ ଅଧୀକାରୀ ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇଁ ନେହୁରା ହୋଇ ନିରାଶ ହୋଇ ସାରିଥିବା କହିଛନ୍ତି । ଏପରିକି ବଲାଙ୍ଗୀର ଜିଲ୍ଲାପାଳ ନିକଟକୁ ମଧ୍ଯ ଦୁଇ ଦୁଇଥର ଯାଇ ଖାଲି ହାତରେ ଫେରିଛନ୍ତି । କୌଣସି ଦିଗରୁ ସାହାଯ୍ଯ ନପାଇ ନିରାଶ ହୋଇ ଶେଷରେ ଭଙ୍ଗା ଦଦରା ମାଟି କାନ୍ଥ କୁ ହିଁଜିବନର ଶେଷ ଠିକଣା ଭାବେ ଆପଣେଇ ନେଇଛନ୍ତି I ଗାଁର କିଛି ଯୁବକ ମିଶି ଯରି ଖଣ୍ଡିଏ ଦେଇ ଘରକୁ ସାମାନ୍ଯ ସଯାଡି ଦେଇଥିବାରୁ ସେଇ ପଲିଥିନ୍ ତଲେ ଯିବନ ବିତୁଛି। ଯଥା ଶୀଘ୍ର ପ୍ରଶାସନ ପହଞ୍ଚି ସାହାର୍ଯ୍ଯ ର ହାତ ବଢ଼ାଇ ଘର ଖଣ୍ଡିଏ କରିଦେବାକୁ ଦାବୀ କରିଛନ୍ତି ଗ୍ରାମବାସୀ।