ବରଗଡ ଜିଲ୍ଲା ବରପାଲି ଠାରେ ରେଲୱେ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ବହୁ ବର୍ଷ ତଳେ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ସରି ନାହିଁ ଏବଂ କାର୍ଯ୍ୟ ବନ୍ଦ ରହିଛି I ଏହାର ଉଭୟ ପାର୍ଶ୍ଵ ରାସ୍ତା ର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ରାସ୍ତା ରେ ବଡ ବଡ ଖାଲ ଖମା ହୋଇଥିବାରୁ ପ୍ରତ୍ୟହ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ଏହି ବ୍ରିଜ ରାସ୍ତା ଦେଇ ଶିଶୁ ମନ୍ଦିର, ହାଇସ୍କୁଲ, କଲେଜ ଆଦି ର ଛାତ୍ର ଛାତ୍ରୀ ଯିବା ଆସିବା ବେଳେ ଦୁର୍ଘଟଣା ର ଶିକାର ହେଉଛନ୍ତି । ଏପରିକି ସ୍କୁଲ ଭ୍ୟାନ ଅଟକି ଯାଉଥିବାରୁ ଛାତ୍ର ଛାତ୍ରୀ ଗାଡ଼ିକୁ ଠେଲୁଥିବା ର ମଧ୍ୟ ନଜିର ରହିଛି । ଯାହାକୁ ନେଇ ବହୁବାର ସୋସିଆଲ ମିଡିଆରେ ଲୋକେ ଭିଡିଓ ମଧ୍ୟ ଭାଇରାଲ କରିଥିବା ଦେଖିବାକୁ ମିଳିଛି I । ଦୁଇ ଦିନ ଭିତରେ ୨ରୁ ତିନିଟି ଟ୍ରକ ସାଙ୍ଗକୁ ପରିବାର ନେଇ ଆସୁଥିବା ଲୋକ ମାନେ ଦୁର୍ଘଟଣା ଗ୍ରସ୍ତ ହୋଇ ଗୋଡ଼ ହାତ ଭାଙ୍ଗି ଡାକ୍ତରଖାନାରେ ଚିକିତ୍ସିତ ମଧ୍ୟ ହେଉଥିବା ନଜର ରହିଛି । ଅଳ୍ପ ବର୍ଷା ହେଲେ ରାସ୍ତାରେ ଯିବା ଆସିବା କଷ୍ଟକର ହୋଇପଡିଛି । ଏହି ରାସ୍ତା ମରଣଯନ୍ତା ପାଲଟି ଯାଇଥିବାରୁ ଏହାର ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ I ଫଳରେ ବରପାଲି ର ଅଧିକାର ଫାଉଣ୍ଡେସନର ଡ଼ାକରାରେ ବ୍ରିଜ ନିକଟ ରେ ଅନିର୍ଦ୍ଦିଷ୍ଟ କାଳପାଇଁ ଗଣ ଧାରଣା ଆରମ୍ଭ କରାଯାଇଛି । ଏହି ଗଣ ଧାରଣାକୁ ବରପାଲିର ବହୁ ସଂଗଠନ, ବୁଦ୍ଧିଜୀବି ,ସଚେତନ ନାଗରିକ ସମର୍ଥନ ଜଣାଇ ଧାରଣାରେ ସାମିଲ ହୋଇଛନ୍ତି । ପ୍ରକାଶ ଥାଉ କି ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପାଟନାଏକ ନିର୍ବାଚନ ଜିତି ସାରିଛନ୍ତି I ତଥାପି ବରପାଲି ଓଭର ବ୍ରିଜ ନିର୍ମାଣ ତଥା ଅଂଚଳର ବିକାଶ ଧାରା କୁ ନେଇ ଆଗେଇ ନେବାର ଗତି ଧିମେଇ ଯାଉଥିବା ନେଇ ଜନସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଛି I