Tarbha : ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଶିବଶଙ୍କରପଡାରେ ଘଟିଛି ଏହିଭଳି ଅଘଟଣ । ପୁରୁଣା ଘର ଭାଙ୍ଗିବାବେଳେ ଲାଗିଗଲା ବିଦ୍ୟୁତ ତାର । ମୃତ ଯୁବକ ଜଣକ ହେଲେ ତରଭା ମାଳିପଡା ବାସିନ୍ଦା ଯତନ ସେଠୀ ଯାହାଙ୍କର ବୟସ 30 ବର୍ଷ ହେବ । ମିଳିଥିବା ସୁଚନା ଅନୁସାରେ ତରଭା ସହରର ଶିବଶଙ୍କରପଡାରେ ଜଣେ ବ୍ୟକ୍ତିଙ୍କ ପୁରୁଣା ଘର ଭାଙ୍ଗିବା କାମ କରିବାକୁ ଯାଇ 11 କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ I ଯତନ ଶାବଳ ମାରୁଥିବା ବେଳେ ଘର ଉପରେ ଅତି ନିକଟରେ ଯାଇଥିବା ୧୧ କେଭି ତାର ତାଙ୍କ ଦେହରେ ଲାଗି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ସେ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ତରଭା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘଷୋଣା କରିଥିଲେ ।