Home Odisha ଜମିପଟ୍ଟା ପ୍ରଦାନ ଦାବିରେ ତହସିଲଦାରଙ୍କ ଦ୍ୱାରସ୍ଥ ବସ୍ତି ବାସିନ୍ଦା

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲଦାରଙ୍କ ଦ୍ୱାରସ୍ଥ ବସ୍ତି ବାସିନ୍ଦା

0

ବରଗଡ ଜିଲ୍ଲା ବରପାଲି ଏନ୍ ଏ ସି ର ୱାର୍ଡ ନମ୍ବର ୩ ର କାଇଁଶିର ରୋଡ଼ ବେହେରା ପଡା ଓ ଗୋପାଇ ପାଲି ମେନ ରୋଡ଼ରେ କେତେକ ବାସିନ୍ଦା ତାଙ୍କ ଜମି ପଟ୍ଟା ପାଇ ନ ଥିବାରୁ ଆଜି ମିଳିତ ଭାବେ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ବରପାଲି ୱାର୍ଡ ନମ୍ୱର୍ ୩ ର ପ୍ରାୟ ୪୦ ଜଣ ଭୂମିହୀନ ବସ୍ତି ବାସିନ୍ଦା ଓ ଗୋପାଇପାଲି ମେନରୋଡ଼ ପାଶ୍ୱରେ ରାହୁଥୁବା ଭୂମିହିଁନ ମାନଙ୍କୁ ସରକାରଙ୍କ ଜାଗା ମିଶନ ଯୋଜନାରେ ଜମି ପଟ୍ଟା ପାଇଁ ସେମାନେ ଆବେଦନ କରିଥିଲେ । ସେ ସମୟ ରେ ଡ୍ରୋନ ସହାୟତା ରେ ଚିହ୍ନଟ ମଧ୍ୟ କରାଯାଇ ଥିଲା ଏବଂ ତାଙ୍କୁ ଉଚିତ୍ ହିତାଧିକାରୀ ବୋଲି ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ଏବଂ ତାଙ୍କ ନାମରେ ରେସନ କାର୍ଡ ମଧ୍ୟ ରହିଥିବା ଜଣାପଡିଛି । ଲେଟ୍ରିନ ଘର ତିଆରି କରବା ପାଇଁ ବରପାଲି ଏନଏସି ରୁ ୱାର୍ଡ ଅଡର ମଧ୍ୟ ଆସିଛି ହେଲେ କିନ୍ତୁ ଏବେ ସେମାନଙ୍କୁ ଗ୍ରାମାଞ୍ଚଳ ର ବୋଲି ପଟ୍ଟା ଦେବା ପାଇଁ ମନା କରୁଥିବା ସୂଚନା ରହିଛି I ତେବେ ହିତାଧିକାରୀ ମାନେ ସ୍ଥାନୀୟ ଏନଏସି ଅଧିକାରୀ ଙ୍କୁ ଏ ସମ୍ପର୍କରେ ଗତ ୧୩ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ I ସେହି ପରି ଗୋପାଇ ପାଲି ପଂଚାୟତ ଗୋପାଇପାଲି ରାସ୍ତା କଡରେ ବସବାସ କରୁଥିବା ଲୋକଙ୍କୁ ସ୍ଥାଇ ପଟ୍ଟା ଦିଆଯିବ ବୋଲି ନିର୍ବାଚନ ଆଗରୁ ରାଜନେତା ଓ ପ୍ରଶାସନ ଅଧିକାରୀ ମାନେ ପ୍ରତିଶୃତି ଦେଇଥିଲେ I ହେଲେ ପ୍ରତିଶୁତି ପ୍ରତିଶୁତି ରେ ରହିଗଲା I ଏହାର କୋଣସି ସମାଧାନ ନ ହେବାରୁ ଆଜି ଅଭିଯୋଗ କରି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଭିଷେକ ସେଠ ଙ୍କ ନେତୃତ୍ୱ ରେ ସମସ୍ତ ହିତାଧିକାରୀ ସେମାନେ ବରପାଲି ଏନ୍ ଏ ସି ର ୩ ନମ୍ବର ୱାର୍ଡର ଓ ଗୋପାଇପାଲି ଗ୍ରାମର ବାସିନ୍ଦା ତେଣୁ ତାଙ୍କୁ ପଟ୍ଟା ପ୍ରଦାନ କରାଯାଉ ବୋଲି ଦାବୀ କରିଥିଲେ। ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାର ଅକ୍ଷୟ କୁମାର ବାଘ ଆନ୍ଦୋଳନକାରୀ ମାନଙ୍କ ସହ ଆଲୋଚନା କରିବା ପରେ ଏ ସମ୍ପର୍କରେ ଜିଲ୍ଲାପାଳ ଓ ସ୍ଥାନୀୟ କାର୍ଯନିର୍ବାହୀ ଅଧିକାରୀଙ୍କୁ ଜଣାଇବି ଓ ଯେତେ ଶୀଘ୍ର ହେବ ତାର ସମାଧାନ କରିବି ବୋଲି ପ୍ରତିସୁତି ଦେଇଥିବା ଜଣାଯାଇଛି I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version