ଶନିବାର ତରଭା ଏନଏସି ପକ୍ଷରୁ ଆଜାଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହାକୁ ନେଇ ସକାଳ ପ୍ରାୟ ନଅ ଘଣ୍ଟା ସମୟରେ ଏକ ଶୋଭାଯାତ୍ର ବାହାର କରାଯାଇଥିଲା I ଏଥିରେ ତିନି ନମ୍ବର ୱାର୍ଡ କାଉନସିଲର ଶ୍ରୀମତୀ ଗୋଲାପୀ ବର୍ମା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ ଟେଟେ, ସିଓ ପଦ୍ମିନୀ ମହାପାତ୍ର, ଏନଏସି କର୍ମଚାରୀ ନାରାୟଣ ମେହେର,ମୁକ୍ତା ସଂଯୋଜକ ହାକିମ ଖାନ,ସୁଜିତ ପଢି,ଲମ୍ବୋଦର ନାୟକ ପ୍ରମୁଖଙ୍କ ସମେତ ସଫେଇ କର୍ମଚାରୀ,ଏଏଲଏଫ,ଏମଆରଏଫ, ବିଓଭି, ସ୍ୱଚ୍ଛ ସାଥି, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଯୋଗଦାନ କରିଥିଲେ I ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ପଡି ରହିଥିବା ଆବର୍ଜନାକୁ ସମସ୍ତେ ମିଶି ସଫା ସୁତୁରା କରିଥିଲେ I ପରେ ଏନଏସି ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା I ଉକ୍ତ ସଭାରେ ଉପ ନଗରପାଳ ଗଗନ ଅଗ୍ରୱାଲ,କାଉନସିଲର ଆକବର ଅଲି, ଶ୍ରୀମତୀ ଗୋଲାପୀ ବର୍ମା,ଅଧ୍ୟକ୍ଷଙ୍କ ସ୍ୱାମୀ ମଧୁ ପାଣ୍ଡେ, ନିର୍ବାହୀ ଅଧିକାରୀ ପ୍ରସନ ଟେଟେ, ଅତିଥି ଭାବେ ମଂଚାସୀନ ରହିଥିବା ବେଳେ ନାରାୟଣ ମେହେର ମଞ୍ଚ ପରିଚାଳନା କରିଥିଲେ I ଅତିଥିମାନେ ସହରକୁ କିପରି ସଫା ସୁତୁରା ରଖିବା ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ I କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ ଟେଟେ ଏସଏଚଜି ମହିଳା ମାନେ କିପରି ସ୍ୱାବଲମ୍ବୀ ହେବେ, ସରକାରୀ ଯୋଜନାର ଲାଭ ପାଇପାରିବେ ସେ ଉପରେ ଆଲୋକପାତ କରିଥିଲେ I ଆଜାଦିକା ଅମୃତ ମହୋତ୍ସବ କୁ ନେଇ ବିଦ୍ୟାଳୟ ମାନଙ୍କରେ ଏବଂ ଏ ଏଲଏଫ, ଏମଆରଏଫ, ବିଓଭି, ସ୍ୱଚ୍ଛ ସାଥି ଆଦି ମହିଳାମାନଙ୍କୁ ନେଇ ରଙ୍ଗୋଲି, କୁଇଜ ପ୍ରତିଯୋଗିତା କରାଯାଇଥିଲା I ଏହାକୁ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ପ୍ରତିଯୋଗିତାରେ ପ୍ରଥମ ଦୁତୀୟା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ମହିଳାମାନଙ୍କୁ ପୁରସ୍କୃତ କରାଯାଇଥିଲା I ଅତିଥିମାନେ ସ୍ଵହସ୍ତରେ ସମସ୍ତଙ୍କୁ ପୁରସ୍କାର ବିତରଣ କରିଥିଲେ I