Home Odisha ଅନଙ୍ଗବାଡି କର୍ମୀଙ୍କ ଆନ୍ଦୋଳନ ବେଳେ ପୁଷ୍ଟିକର ଖାଦ୍ୟ ବଣ୍ଟନ ବାଧାପ୍ରାପ୍ତ

ଅନଙ୍ଗବାଡି କର୍ମୀଙ୍କ ଆନ୍ଦୋଳନ ବେଳେ ପୁଷ୍ଟିକର ଖାଦ୍ୟ ବଣ୍ଟନ ବାଧାପ୍ରାପ୍ତ

0

ଆନ୍ଦୋଳନରେ ଅନଙ୍ଗବାଡି କର୍ମୀ, ପୁଷ୍ଟିକର ଖାଦ୍ୟ ପାଇବାରୁ ବଂଚିତ କୋମଳମତି ଶିଶୁ ଏବଂ ଗର୍ଭବତୀ ମହିଳା I ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଅନଙ୍ଗବାଡି କର୍ମୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ ତରଭା ବ୍ଲକ ଅନଙ୍ଗବାଡି କର୍ମୀ ମଧ୍ୟ ଏଥିରୁ ବାଦ ପଡ଼ି ନାହାନ୍ତି I ଆଜିକୁ ପ୍ରାୟ କୋଟିଏ ଦିନରୁ ଉର୍ଦ୍ଧ ହେବ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଆଗରେ ସେମାନେ ଧାରଣାରେ ବସିଛନ୍ତି I ଯେ ପର୍ଯ୍ୟନ୍ତ ତାଙ୍କ ଦାବି ଗୁଡିକୁ ସରକାର ପୂରଣ ନ କରନ୍ତି ତାହେଲେ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି I ହେଲେ ପୁଷ୍ଟିକର ଖାଦ୍ୟ ପାଇବାରୁ ବଂଚିତ ଅଛନ୍ତି କୋମଳମତି ଶିଶୁ ଏବଂ ଗର୍ଭବତୀ ଓ ପ୍ରସୂତି ମହିଳାମାନେ I କୋମଳମତି ଶିଶୁ,ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କ ଶାରୀରିକ ତଥା ମାନସିକ ବିକାଶ ପାଇଁ ସରକାର ପୁଷ୍ଟିକର ଖାଦ୍ୟ ଯଥା ଛତୁଆ, ଅଣ୍ଡା, ବାଦାମ ଲଡୁ, ଶିଶୁଙ୍କ ପାଇଁ ରନ୍ଧା ଖାଦ୍ୟ ଇତ୍ୟାଦି ଯୋଜନା କରିଛନ୍ତି I ହେଲେ ଏହି ସବୁ ସୁବିଧାରୁ ଏବେ ବଂଚିତ ରହିଛନ୍ତି କୋମଳମତି ଶିଶୁ,ଗର୍ଭବତୀ ଓ ପ୍ରସୂତି ମହିଳାମାନେ I ଗୋଟିଏ ପଟେ ଅନଙ୍ଗବାଡି କର୍ମୀଙ୍କ ପ୍ରତି ସରକାର ଅନ୍ୟାୟ କରୁଥିବା ସେମାନେ ପ୍ରକାଶ କରିଥିବା ବେଳେ ଅନ୍ୟପଟେ ଜିଲ୍ଲା ପ୍ରଶାସନ କୋମଳମତି ଶିଶୁ ଏବଂ ମହିଳାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଶୀଘ୍ର ପୁଷ୍ଟିକର ଖାଦ୍ୟ ବଣ୍ଟନର ବ୍ୟବସ୍ଥା କୁ ତ୍ୱରାନ୍ନିତ କରିବା ନେଇ ପଦକ୍ଷେପ ଗ୍ରହଣ କରିଥିବା ଜଣାଯାଇଛି I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version