Home Odisha କଂସେଇ ଗୃହ ନିର୍ମାଣ ସରିନାହିଁ ହେଲେ ମାଂସ ଦୋକାନ ପାଇଁ ଦିଆ ସାରିଛି ଠିକା

କଂସେଇ ଗୃହ ନିର୍ମାଣ ସରିନାହିଁ ହେଲେ ମାଂସ ଦୋକାନ ପାଇଁ ଦିଆ ସାରିଛି ଠିକା

0

କଂସେଇ ଗୃହ ନିର୍ମାଣ ସରିନାହିଁ ହେଲେ ମାଂସ ଦୋକାନ ପାଇଁ ଦିଆ ସାରିଛି ଠିକା I ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ କାଉନସିଲ ଗଠନ ପରେ ଗତ 08.05.2022 ବର୍ଷ ଠାରୁ ଚଳିତ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ମାଂସ ବିକ୍ରି ନିମନ୍ତେ କଂସେଇ ଗୃହ ଅନେଶତ ହଜାର ସାତଶହ ସଡଚାଳିଶ ଟଙ୍କାରେ ଠିକା ପ୍ରଦାନ କରାଯାଇଛି I ହେଲେ ମାଂସ କାଟିବା ଏବଂ ବିକ୍ରି କରିବା ପାଇଁ ଆବଶ୍ୟକ କଂସେଇ ଘର ନିର୍ମାଣ ସରିନାହିଁ I ମାଂସ ବିକ୍ରି ଠିକା ନେଇଥିବା ବ୍ୟକ୍ତି ଙ୍କ ଦ୍ୱାରା ବାହାରେ ଏକ ଅସ୍ଥାୟୀ ଦୋକାନ ଖୋଲା ଯାଇଛି I ସର୍ବ ଶମ୍ବୁଖରେ ପଶୁ ହତ୍ୟା କରାଯାଉଛି I ମଇଳା, ଆବର୍ଜନା ନିଷ୍କାସନର ସଠିକ ସୁବିଧା ନାହିଁ I କୋଣସି ନିର୍ଧାରିତ ମୂଲ୍ୟ, ତଥା ନିମ୍ନ ମନର ମାଂସ ବିକ୍ରି ହେଉଥିବା ଅଭିଯୋଗ ହୋଇଛି I ଯାହାକି ସରକାରୀ ନିୟମର ଖୋଲା ଉଲଂଘନ ଅଟେ I ମୁନିସିପାଲ ଆଇନର ଉଲଂଘନ ଅଟେ I ମିଳିଥିବା ସୂଚନା ମୁତାବକ ମୁନିସିପାଲ ଆଇନ ଅନୁସାରେ ସ୍ଲଟର ହାଉସ ବା କିଲଖାନା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ପାଶୁହତ୍ୟା କରିପାରିବେ ନାହିଁ କି ଚମଡା ଛଡେଇ ପାରିବେ ନାହିଁ I ପୌରପାଳିକା ଦ୍ୱାରା ତିଆରି ନିୟମିତିକରଣ , ନିୟନ୍ତ୍ରଣାଧିନରେ , ତତ୍ୱାବଧାନ, ନିରୀକ୍ଷଣ, କିଲଖାନାରୁ ମଇଳା ଆବର୍ଜନା ଓ ପଶୁ ହତ୍ୟା ପୂର୍ବ ଏବଂ ପରେ ପଶୁମାନଙ୍କୁ ପରୀକ୍ଷା କରି ସର୍ବସାଧାରଣ ଙ୍କୁ ବିକ୍ରି ଉଦ୍ଦେଶ୍ୟରେ ଅନୁମତିପତ୍ର ମଞ୍ଜୁର କରିବେ I ପୌରପାଳିକା ଦ୍ୱାରା ବିଜ୍ଞପ୍ତି ଜାରି କରାଗଲେ କୌଣସି ବ୍ୟକ୍ତି କାର୍ଯ୍ୟ ନିର୍ବାହୀ ଉଚ୍ଚ କର୍ମଚାରୀଙ୍କ ବିନା ଲିଖିତ ଅନୁମତିରେ ହତ୍ୟା କରିବେ ନାହିଁ କିମ୍ବା ହତ୍ୟା କରିବା ନିମନ୍ତେ ଅନୁମତି ଦେବେ ନାହିଁ କିମ୍ବା ଚମଡା ଛାଲିବେ ନାହିଁ I ଏହିଭଳି ଅନେକ ନିୟମ ରହିଥିବା ବେଳେ କିନ୍ତୁ ତରଭା ଏନଏସିରେ ଏହି ସବୁ ନିୟମକୁ ବେଖାତିର କରି କଂସେଇ ଗୃହ ମାଂସ ବିକ୍ରି ନିମନ୍ତେ ଠିକା ପ୍ରଦାନ କରିଥିବା ଅଭିଯୋଗ ହୋଇଛି I ଏ ନେଇ ଜିଲ୍ଲାପାଳଙ୍କ ଜନାଶୁଣାଣୀରେ ଅଭିଯୋଗ ମଧ୍ୟ ଦାଖଲ କରାଯାଇଥିବା ଏବଂ ସୁବର୍ଣ୍ଣପୁର ପିଡି ନିହାର ରଞ୍ଜନ କହଁର ଙ୍କୁ ତଦନ୍ତ ଦାଇତ୍ୱ ଦିଆଯାଇଥିବା ଜଣାଯାଇଛି I ଯଦି ହତ୍ୟା ପୂର୍ବରୁ ଏବଂ ପରେ ମାଂସର ପରୀକ୍ଷା କରା ନ ଯାଏ ତେବେ ତାହା ନିଶ୍ଚିତ ରୂପେ ଖାଇଲେ ଅସୁସ୍ଥତା ର କାରଣ ହୋଇପାରେ I ଏନଏସିରେ ଟେବୁଲ ତଳୁ ପିସି କାରବାର ଏବଂ କିଛି ପ୍ରଭାବଶାଳୀ ନେତାଙ୍କ ଆଶୀର୍ବାଦ ଫଳରେ ଏହିସବୁ କାରବାର କୁ ପ୍ରଶୟ ଦିଆଯାଉଥିବା ଲୋକଙ୍କ ମଧ୍ୟରେ ଚର୍ଚା ଚାଲିଛି I ଭାରତୀୟ ସମ୍ବିଧାନରେ ପଶୁ ସୁରକ୍ଷା ପାଇଁ କଡା ଆଇନ ରହିଛି I କୌଣସି ବ୍ୟକ୍ତି ପଶୁ ହତ୍ୟା କରିବା, ଖଣ୍ଡିଆ ଖାବରା କରିବା, ବିଷ ଦେବା, ପଶୁ ଲଢେଇ ଇତ୍ୟାଦି ଘଟାଇଲେ ତାହା ଗମ୍ଭୀର ଅପରାଧ ଅଟେ I ଏହିଭଳି କଲେ ପୋଲିସ ଉକ୍ତ ବ୍ୟକ୍ତିକୁ ନିୟମ ଅନୁଯାଇ ଗିରଫ ମଧ୍ୟ କରିପାରିବ I ତେବେ ଏତେ ନିୟମ ଥାଇ ମଧ୍ୟ ବିନା ଘର ତିଆରିରେ ଏନଏସି କର୍ତ୍ତୃପକ୍ଷ ଙ୍କ ଦ୍ୱାରା ଠିକା ପ୍ରଦାନ କରିଛନ୍ତି ତାହା ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଏବିଡିଓ ନିରଞ୍ଜନ ନାଏକ ଙ୍କୁ ପଚାରିଲେ କୌଣସି ପ୍ରତିକ୍ରିୟା ମିଳୁନାହିଁ I ଏ ସଂକ୍ରାନ୍ତରେ ଏନଏସି ତରଫରୁ ମିଳିଥିବା ତଥ୍ୟ ଅନୁସାରେ ଗୋଟିଏ ନୋଟିସ ଯାହାର ପତ୍ର ସଂଖ୍ୟା 804/ 30.04.2022 ଅନୁସାରେ ଏନଏସି ଅଧିନସ୍ଥ ସୌରାତ କଂସେଇ ଗୃହର ଠିକା ମୂଲ୍ୟ ଜମା କରିବା ସମ୍ବନ୍ଧେ ଏବଂ ତାଙ୍କ ଜମା କରିଥିବା ରସିଦ ର ନକଲ ପ୍ରଦାନ କରାଯାଇଛି I ତେବେ ଜିଲ୍ଲାପାଳଙ୍କ ଜନଶୁଣାଣୀ ରେ ହୋଇଥିବା ଅଭିଯୋଗ ଉପରେ ଉଚିତ ତଦନ୍ତ କରାଯିବ ନା ପ୍ରହସନ ପାଲଟିବା ତାହା ଦେଖିବାକୁ ବାକି ରହିଲା I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version