Home Odisha ଥମୁନି ପଲିଥିନ ବ୍ୟବହାର, ଯୁଆଡେ ଦେଖିବେ ଖାଲି ପ୍ଲାଷ୍ଟିକ ଓ ପଲିଥିନ

ଥମୁନି ପଲିଥିନ ବ୍ୟବହାର, ଯୁଆଡେ ଦେଖିବେ ଖାଲି ପ୍ଲାଷ୍ଟିକ ଓ ପଲିଥିନ

0

ଥମୁନି ପଲିଥିନ ବ୍ୟବହାର, ଯୁଆଡେ ଦେଖିବେ ଖାଲି ପ୍ଲାଷ୍ଟିକ ଓ ପଲିଥିନ I ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସି ଅଞ୍ଚଳରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି I ଯେଉଁଆଡେ ଦେଖିଲେ କୁଢ଼ କୁଢ଼ ପ୍ଲାଷ୍ଟିକ ଓ ପଲିଥିନ ଆବର୍ଜନା I କେଉଁଠି ନାଳ ନର୍ଦମା ପଲିଥିନ ଯୋଗୁ ଯାମ ହେଉଛି ତ କେଉଁଠି ବୁଲା ଜନ୍ତୁ ,ଗାଈଗୋରୁଙ୍କ ଆହାର I କଟକଣାକୁ ଫୁରେ ଉଡାଉଛନ୍ତି ଦୋକାନୀ I ସହରରେ ବିଭିନ୍ନ ଦୋକାନି ପଲିଥିନ ଉପରେ ନିର୍ଭର କରି କରୁଛନ୍ତି ବ୍ୟବସାୟ I ଛୋଟ ବ୍ୟବସାୟୀ ଠାରୁ ଆରମ୍ଭ କରି ବଡ ବଡ ଦୋକାନ ମାନଙ୍କରେ ପଲିଥିନର ବହୁଳ ବ୍ୟବହାର ଦେଖିବାକୁ ମିଳିଛି I ହେଲେ ସ୍ଥାନୀୟ ପ୍ରଶାସନ ଏହା ଉପରେ ରୋକ ଲଗାଇବାରେ ବିଫଳ ହୋଇଛି I ରାଜ୍ୟ ସରକାର ଗତ 2019 ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ପଲିଥିନ ବ୍ୟାନ କରିଥିବା ବେଳ କେନ୍ଦ୍ର ସରକାର ମଧ୍ୟ 2021 ଜୁଲାଇ ଏକ ତାରିଖରୁ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କଟକଣା ଜାରି କରିଥିଲେ I ହେଲେ ନିୟମ କେବଳ କାଗଜ କଲମରେ ସୀମିତ ରହିଥିବା ଦେଖିବାକୁ ମିଳିଛି I ନାମକୁ ମାତ୍ର କିଛି ଦିନ ଧର ପକଡ ଚାଲିଲା ପରେ ଯଥା ପୂର୍ଵମ ତଥା ପରମ I 100 ମାଇକ୍ରୋନ ରୁ କମ ପ୍ଲାଷ୍ଟିକ ଉପରେ ରୋକ ପାଇଁ ନିର୍ଦେଶ ରହିଥିଲେ ହେଁ କଟକଣାକୁ ମାନୁଛି କିଏ I ପ୍ଲାଷ୍ଟିକ ଗ୍ଲାସ, ଚାମଚ, ପଲିଥିନ ଇତ୍ୟାଦି ଆବର୍ଜନା ସବୁଆଡେ ପଡ଼ିରହିଛି I ବୁଲା ଗାଈ ଗୋରୁ ଏହାକୁ ଖାଇ ରୋଗଗ୍ରସ୍ତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ମଧ୍ୟ ନଜର ରହିଛି I ହେଲେ ଏ ସବୁକୁ କାହାରି ନଜର ନାହିଁ I ତରଭା ଏନଏସି ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଏବିଡିଓ ନିରଞ୍ଜନ ନାଏକଙ୍କୁ ପଚାରିଲେ ବିଭିନ୍ନ ସମୟରେ ଦୋକାନ ମାନଙ୍କରେ ଚଢ଼ାଉ କରାଯାଉଥିବା ପ୍ରକାଶ କରିଛନ୍ତି I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version