Home Odisha ମନରେଗା ଯୋଜନାରେ ମେସିନ ଦ୍ୱାରା କାମ ହେଉଥିବା ଶୁଣାଣି ଶିବିରରେ ଅଭିଯୋଗ

ମନରେଗା ଯୋଜନାରେ ମେସିନ ଦ୍ୱାରା କାମ ହେଉଥିବା ଶୁଣାଣି ଶିବିରରେ ଅଭିଯୋଗ

0

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକ ପରିସରରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଣାଣି ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣି ଶିବିରରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ୍ , ଜିଲ୍ଲା ସାମାଜିକ ସମିକ୍ଷକ ହୃଷିକେଶ ମହାକୁର , ବିଡିଓ ବିନୟ କୁମାର ପଟେଲ ,ବ୍ଳକ ଅଧ୍ୟକ୍ଷ ସରୋଜ କମ୍ପ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଶିବିରରେ ଗତ ତା 1/4/2022 ରୁ 30/9/2022 ମଧ୍ଯ ରେ ଥିବା ସମସ୍ତ ମନରେଗା ସମ୍ବନ୍ଧିତ ବ୍ଳକ , ଗ୍ରାମ ପଞ୍ଚାୟତ ଓ ବିଭିନ୍ନ ମନରେଗା ଲାଇନ ବିଭାଗର କାମ ଗୁଡିକ ଉପରେ ସମୀକ୍ଷା ହୋଇଥିଲା । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା 2016/17 ରୁ 2020/21 ଆର୍ଥିକ ବର୍ଷ ମଧ୍ଯରେ ଥିବା କାର୍ଯ୍ୟଗୁଡିକର ସମିକ୍ଷା ପରିସର ଭୁକ୍ତ ରହିଥିଲା । ସମିକ୍ଷାରେ ମନରେଗା ପ୍ରକଳ୍ପରେ ନାମ ଫଳକ ନ ଲଗାଯିବା , ଗୋଟିଏ ସ୍ଥାନରେ ଏକାଧିକ ଯୋଜନା ଲାଗୁକରି ମନରେଗାରେ ମେସିନ ବ୍ୟବହାର ହେଉଥିବା, ବିଳମ୍ବ ମଜୁରୀ ପ୍ରଦାନ, ପ୍ରକଳ୍ପ ରେ କାର୍ଯରତ ଶ୍ରମିକ ମାନଙ୍କ ପାଇଁ ଉଦିଷ୍ଟ ସୁବିଧା ସୁଯୋଗ ଯୋଗାଇ ଦେବା ଆଦି ବିଷୟରେ ଉପସ୍ଥିତ ବ୍ୟକ୍ତି ବିଶେଷ ପ୍ରଶ୍ନ କରିଥିଲେ । ବିଡ଼ିଓ ଶ୍ରୀ ପଟେଲ ଅନେକ ଗୁଡିଏ ପ୍ରଶ୍ନର ଉତ୍ତର ରଖିଥିବା ବେଳେ କିଛି ପ୍ରଶ୍ନର ଉତ୍ତର ବହୁଲୋକଙ୍କ ସୁହାଇବା ଭଳି ହୋଇନଥିବା ଉପସ୍ଥିତ ବ୍ୟକ୍ତି ପ୍ରକାଶ କରିଥିଲେ I ଜିଲ୍ଲା ସାମାଜିକ ସମିକ୍ଷକ ଶ୍ରୀ ମହାକୁର ଏହି ଶୁଣାଣି ଶିବିରରେ ଶ୍ରମିକ ମାନଙ୍କ ଉପସ୍ଥିତି ହାର ଶୂନ ରହିଥିବା ନେଇ ଦୁଃଖ ପ୍ରକାଶ କରିଥିଲେ I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version