ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଖଲିଆପାଲି ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ କୁ ନେଇ ମଙ୍ଗଳବାର ଅପରାହ୍ନରେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଏହି କଳସ ଶୋଭାଯାତ୍ରା ଖଲିଆପାଲି ଗ୍ରାମରୁ ବାହାରି ତରଭା ବଡ଼ବନ୍ଧ ପୋଖରୀ ରେ ପୂଜାର୍ଚନା କରାଯାଇଥିଲା I ପୂଜାର୍ଚନା ପରେ କଳସ ବୁଡାଇ ସହରର ମୁଖ୍ୟ ରାସ୍ତା ଦେଇ ଶୋଭାଯାତ୍ରା ପୁନଃ ଖଲିଆପାଲି ଗ୍ରାମ ପର୍ଯ୍ୟନ୍ତ ପହଞ୍ଚିଥିଲା I ଶୋଭାଯାତ୍ରାରେ ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଖଲିଆପାଲି ପଞ୍ଚାୟତ ସରପଞ୍ଚ ପରଖିତ ଶତପଥି ଙ୍କୁ ପୁଷ୍ପମାଲ୍ୟ ଏବଂ ଉତ୍ତରୀୟ ଦେଇ ସ୍ୱାଗତ କରିଯାଇଥିଲା I ଏହି ଧାର୍ମିକ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ସହ ସହ ମହିଳା ଏବଂ ପୁରୁଷ ସାମିଲ ରହିଥିଲେ I କଳସ ଶୋଭାଯାତ୍ରା ଖଲିଆପାଲି ଗ୍ରାମ କୀର୍ତ୍ତନ୍ୟ ମଣ୍ଡଳୀରେ ପହଂଚିବା ପରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା I ବୁଧବାର ନାମାରମ୍ଭ ହୋଇ ଶୁକ୍ରବାର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି I ଏଥିରେ ସତ୍ୟପ୍ରିୟ ମହଲା ଏବଂ ତାଙ୍କ ଧର୍ମପତ୍ନୀ ମମତା ମହଲା କର୍ତା ଭାବେ କାର୍ଯ୍ୟଭାର ତୁଲାଉଥିବା ବେଳେ ରାମଶଙ୍କର ମହଲା, ଭୀମସେନ ମହଲା,ସନ୍ତୋଷ ମହଲା, ରଂଜିତ ନାଏକ, ସରୋଜ ମହଲା, ବୀରମଣୀ ବଗର୍ତ୍ତୀ, ନାଶରୁଦ୍ଦିନ ଖାନ, ବୃନ୍ଦାବନ ମହଲା, ଦୁସାଶନ ମଟାରୀ, ପ୍ରମୋଦ ଆଡ଼ଜୁଆଲି, ଗୁଲାମ କାଦର ଖାନ ,ବଦଋଦ୍ଦିନ ଖାନ ଙ୍କ ସମେତ ଖଲିଆପାଲି ଗ୍ରାମବାସୀ ବୃନ୍ଦ ପୁର୍ଣ ସହଯୋଗ ରହି ଆନନ୍ଦ ଉଲ୍ଲାସର ସହ ସମସ୍ତ କାର୍ଯ୍ୟକ୍ରମ ଚାଲିଥିବା ଜଣାଯାଇଛି I