ଗତ ନଅ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ନିକଟରେ ମର୍ମାନ୍ତୁତ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଖଲିଆପାଲି ଗ୍ରାମପଂଚାୟତ ବ୍ରାହ୍ମଣୀପାଲି ଗ୍ରାମର ବୀଣାପାଣି ପାଣ୍ଡେ ଏବଂ ତାଙ୍କ ଦୁଇ ଝିଅ I ଏହାକୁ ନେଇ ତାଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି ବିଜେଡି ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା I ଆଜି ଶ୍ରୀ ବେହେରା ତାଙ୍କ ସହଯୋଗୀଙ୍କ ସହ ବ୍ରାହ୍ମଣୀପାଲି ଗ୍ରାମ କୁ ଯାଇ ମୃତକଙ୍କ ଧର୍ମପତ୍ନୀ, ଅନ୍ୟ ଦୁଇଜଣ ଝିଅ ଏବଂ ପରିବାର ବର୍ଗଙ୍କୁ ଭେଟିଛନ୍ତି I ବର୍ତମାନ ପର୍ଯ୍ୟନ୍ତ ମୃତ ଦୁଇଝିଅ ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ଚାରିଲକ୍ଷ ଅର୍ଥରାଶି ପ୍ରଦାନ କରାଯାଇଥିବା ଜଣାଯାଇଛି I ଏହି ଦୁଃଖଦ ସମୟରେ ମୃତକଙ୍କ ପରିବାରକୁ ଆହୁରି ଅଧିକ ସରକାରୀ ସହାୟତା ପ୍ରଦାନ , ଭରଣ ପୋଷଣ, ଅନ୍ୟ ଦୁଇଜଣ ଝିଅଙ୍କ ପାଠପଢା କିପରି ସୁଚାରୁ ରୂପେ ହୋଇପାରିବ ସେ ନେଇ ତାଙ୍କ ଦ୍ୱାରା ଯାହା ହେବ ଚେଷ୍ଟା କରିବି ବୋଲି ପ୍ରତିଶୁତି ଦେବାସହ କିଛି ସାହାଯ୍ୟ ରାଶି ପ୍ରଦାନ କରିଥିଲେ I ଏହି ଦୁଃଖ ସମୟରେ ଶ୍ରୀ ବେହେରାଙ୍କ ସହ ପୁଇଁତଲା ବ୍ଲକ ବିଜେଡି ସଭାପତି ବିଷ୍ଣୁ ପଟେଲ, ବରିଷ୍ଠ ବିଜେଡି କର୍ମୀ ପୀତବାସ ନାଏକ, ଯୁବ ନେତା କାଲିମୁଲ୍ଲା ଖାନ, ଚେୟାରମେନ ଛାନ୍ଦ ପ୍ରମୁଖ ଯୋଗଦେଇ ସମବେଦନା ଜଣାଇଥିଲେ I