Home Odisha ଆବାସ ଯୋଜନା ତାଲିକାରୁ ନାମ କାଟି ଦେବାରୁ ଧାରଣାରେ ବସିଲେ ହିତାଧିକାରୀ

ଆବାସ ଯୋଜନା ତାଲିକାରୁ ନାମ କାଟି ଦେବାରୁ ଧାରଣାରେ ବସିଲେ ହିତାଧିକାରୀ

0

ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମରାଡ଼ୁଗୋଛା ଗ୍ରାମ ପଞ୍ଚାୟତର ର ପ୍ରାୟ 30 ରୁ ଉର୍ଦ୍ଧ ହିତାଧିକାରୀ ଆଜି ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସିଛନ୍ତି I ଅଭିଯୋଗ ମୁତାବକ ଲକ୍ଷ୍ମୀମୁଣ୍ଡା, ମରାଡ଼ୁଗୋଛା ଗ୍ରାମର ୨୧ ଜଣ ଓ ଗୁହିରାଘାଟ, ବନକେଡ଼ା ଗ୍ରାମର ୯ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ଦିଆଯାଇଛି I ସେମାନଙ୍କୁ ସରକାରଙ୍କ ଠାରୁ ମିଳିଥିବା ଆବାସ ଯୋଜନାରେ ସାମିଲ କରାଯାଇଥିଲା ହେଲେ ସେମାନଙ୍କୁ ଲିଷ୍ଟରୁ କାଟି ଦିଆଯାଇଛି ଜାଣିପାରି କେଉଁ ଆଧାରରେ ବାଦ ଦିଆଯାଇଛି ବୋଲି ଗତକାଲି ତରଭା ବିଡ଼ିଓ ଅନିଲ କୁମାର କୁଲ୍ଲୁ ଙ୍କୁ ପ୍ରଶ୍ନ କରିଥିଲେ I ତେବେ ବିଡ଼ିଓ ଅଭିଯୋଗକାରୀଙ୍କ କଥା ନ ବୁଝି ଓଲଟା ମୁଁ କାଟିଛି ମୋ ନାଆରେ କେସ କରିବା ଯାଅ ବୋଲି ଧମକ ଦେଇଥିବା ଅଭିଯୋଗକାରୀ ପ୍ରକାଶ କରିଥିଲେ । ଏହାର ପ୍ରତିବାଦରେ ଆଜି ବାଦ ପଡିଥିବା ହିତାଧିକାରୀ, ମରାଡ଼ୁଗୋଛା ସରପଞ୍ଚ ମନମୋହନ ସାହୁ, ଯୁବ ନେତା ମିତ୍ରବ୍ରତ ମିଶ୍ର, ଭୋଲା କୁମାର ବର୍ମା ପ୍ରମୁଖ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଶାନ୍ତିପୂର୍ଣ ଭାବେ ଧାରଣା ଦେଇଛନ୍ତି I ଏହାର ସମାଧାନ ନହେବା ପର୍ଯ୍ୟନ୍ତ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି।

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version