Home Odisha ମନରେଗା ଜନ ଶୁଣାଣି ପାଲଟିଛି ପ୍ରହସନ

ମନରେଗା ଜନ ଶୁଣାଣି ପାଲଟିଛି ପ୍ରହସନ

0

ଜନ ଶୁଣାଣି ପାଲଟିଛି ପ୍ରହସନ I କେବଳ ନାମକୁ ମାତ୍ର ଆୟୋଜନ କରାଯାଉଛି ଶିବିର I ଶ୍ରମିକ କମ ଅଧିକାରୀଙ୍କ ସଂଖ୍ୟା ବେଶୀ I ଆସ୍ଥା ହରାଉଛି ଜନ ଶୁଣାଣି ଶିବିର I ଶୁକ୍ରବାର ତରଭା ବ୍ଲକ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ବ୍ଲକ ସ୍ତରୀୟ ମନରେଗା ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଶିବିରରେ ତରଭା ବ୍ଲକ ବିଡ଼ିଓ ଅନିଲ କୁମାର କୁଲ୍ଲୁ, ବ୍ଲକ୍ ର ସମସ୍ତ ଗ୍ରାମ ରୋଜଗାର ସେବକ, ପଞ୍ଚାୟତ ଅଧିକାରୀ, ସମସ୍ତ ଭିପିଆର, ତରଭା ଏପିଓ ଅମୃତାଂସୁ ପାତ୍ର, ନରେଗା ସହାୟକ ସରିତ କୁମାର ସାହୁ, ଉତ୍ତମ ସିଂ ନାଗ, ଧର୍ମେନ୍ଦ୍ର ନାଏକ, ଗପକୃଷ୍ଣ ରାଉତ ପ୍ରମୁଖ ଙ୍କ ସମେତ ବହୁ ଶ୍ରମିକ ଉପସ୍ଥିତ ରହିଥିଲେ I ଶିବିରରେ 100 ଦିନ କାମ କରିଥିବା ନଅ ଜଣ ଜବକାର୍ଡ ଧାରୀ ଶ୍ରମିକମାନଙ୍କୁ ଏଡ଼ିଏମ ଶ୍ରୀ ଦାସ ଏବଂ ବିଡ଼ିଓ କୁଲ୍ଲୁ ମାନପତ୍ର ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ I ଏହି ଶିବିରରେ ମନରେଗା ସମ୍ବନ୍ଧୀୟ ବହୁ ଅଭିଯୋଗ ହୋଇଥିଲା I ସେଥି ମଧ୍ୟରୁ ଅନେକ ଶ୍ରମିକ ସି 1 ସି 2 ଆବେଦନ ମନରେଗା ଆଇନ ପ୍ରକ୍ରିୟାରେ ନ ହୋଇ ସମ୍ପୃକ୍ତ ଅଧିକାରୀ ଖାମଖିଆଲି କରିଥିବା ଅଭିଯୋଗ ହୋଇଛି I ଅନେକ ଶ୍ରମିକ ଏକା ସମୟରେ ଦୁଇରୁ ଅଧିକ ସ୍ଥାନରେ ନିୟୋଜିତ ହୋଇଥିବା ନଜର ରହିଥିବା ନେଇ ରାଜେନ୍ଦ୍ର ଝଙ୍କାର ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ I ପ୍ରକଳ୍ପ ଗୁଡିକରେ ସୂଚନା ଫଳକ ଲଗାଯାଉ ନଥିବା, କମ୍ପୁଟର ଲେଖା ଫଟୋ ଦାଖଲ କରୁଥିବା, ଗୋଟିଏ ପୋଖରୀ ଖୋଲିବାରେ ଏକା ସାଙ୍ଗରେ ଏକାଧିକ ପ୍ରୋଜେକ୍ଟ ଦର୍ଶାଇ ମନରେଗାରେ ମେସିନ ବ୍ୟବହାର ହେଉଥିବା ଭଳି ଅନେକ ଅଭିଯୋଗ ହୋଇଥିଲା I ବାରମ୍ବାର ଏହିଭଳି ଅଭିଯୋଗ ସତ୍ୱେ ପ୍ରଶାସନ ତରଫରୁ କୌଣସି ଠୋସ କାର୍ଯାନୁଷ୍ଠାନ ଗ୍ରହଣ ହେଉ ନ ଥିବା ରୁ ମନରେଗା ଜନଶୁଣାଣି ଆସ୍ଥା ହରାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version