Home Odisha ଗଞ୍ଜେଇ ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ତରଭା ପୋଲିସ

ଗଞ୍ଜେଇ ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ତରଭା ପୋଲିସ

0

ଗୁରୁବାର ସକାଳ ପ୍ରାୟ ନଅ ଘଣ୍ଟା ସମୟରେ ତରଭା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ନକଟିକନା ଗ୍ରାମ ଛକ ନିକଟରେ ସ୍କୁଟିରେ ଯାଉଥିବା ଦୁଇ ଜଣ ଯୁବକକୁ ସନ୍ଦେହରେ ଅଟକାଇଥିଲେ I ଯାଞ୍ଚ ସମୟରେ ସେମାନଙ୍କ ଠାରୁ ପୋଲିସ ଚାରିକେଜି ନଅସହ ପଚାଶ ଗ୍ରାମ ଗଞ୍ଜେଇ ସହ ଗୋଟିଏ ନୀଳରଙ୍ଗର ସ୍କୁଟି ଯାହାର ନମ୍ବର ଓ ଡି 12 E 6739 କୁ ଜବତ କରି ଅଭିଯୁକ୍ତ ଦ୍ବୟକୁ ଗିରଫ କରିଥିବା ସୂଚନା ରହିଛି I ଗିରଫ ଯୁବକ ଦ୍ବୟ ହେଲେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ସୁପିଗୁଡା ଗ୍ରାମର ଶୁକୃ ଦିଗାଲ(୧୯) ଏବଂ ପଞ୍ଚାନନ ଦିଗାଲ(20) ବୋଲି ଜଣାଯାଇଛି I ଏ ସଂକ୍ରାନ୍ତରେ ତରଭା ଥାନା କେସ ନମ୍ବର 217/23 ଧାରା 20(b)(ii)(B)/29 NDPS Act 1985 ରେ ମାମଲା ରୁଜୁ କରିବା ଅଭିଯୁକ୍ତ ଦ୍ବୟକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅନିତା କିଡୋ ସୂଚନା ପ୍ରଦାନ କରିଛନ୍ତି I ଉକ୍ତ ଘଟଣାରେ ତରଭା ଥାନା ଏସଆଇ ଆରତୀ କହଁର ତଦନ୍ତକାରୀ ଅଧିକାରୀ ରହିଥିବା ବେଳେ ପୋଲିସର ପେଟ୍ରୋନିଙ୍ଗ ଟିମରେ ଏସଆଇ ରବୀନ୍ଦ୍ର ସାହୁ, ହାବିଲଦାର କରୁଣାକର ମାଝୀ, କନଷ୍ଟେବଲ ଜୋସ୍ନା ପ୍ରଧାନ, ସୁକଦେବ ମଲ୍ଲିକ, ସାନନ୍ଦ ମଲ୍ଲିକ ସାମିଲ ରହିଥିଲେ I

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version