Home Odisha ବେଧଡକ ଚାଲିଛି ଜୁଆ ସଟ୍ଟା ସନ୍ଦେହରେ ପୋଲିସର ଭୂମିକା

ବେଧଡକ ଚାଲିଛି ଜୁଆ ସଟ୍ଟା ସନ୍ଦେହରେ ପୋଲିସର ଭୂମିକା

0

ଗତ କିଛିମାସ ହେବ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତି ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା I ତରଭା ଥାନା ର ଜଣେ ହୋମ ଗାର୍ଡ କୁ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତି ଥିବା ନେଇ ବଲାଙ୍ଗୀର ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଜିଲ୍ଲାର ଆଉଜଣେ ହୋମ ଗାର୍ଡ କ୍ଷମତାଶାଳୀ ସାଜିଥିବା ନେଇ ଗଣମାଧ୍ୟମର ମୁଖ୍ୟ ଖବର ପାଲଟିଥିଲା I କଥା ଏତିକିରେ ରହିନଥିଲା ବିଭିନ୍ନ କାରଣରୁ ଜିଲ୍ଲାର ତିନି ତିନି ଜଣ ବାହୁବଲି ବୋଲାଉଥିବା ପୋଲିସ ଅଧିକାରୀଙ୍କୁ ଜିଲ୍ଲା ପାର ବଦଳି ହୋଇଥିଲା I କିଛି ଦିନ ବିତିଯାଇ ପରିବେଶ ଶାନ୍ତ ହେବାପରେ ଏବେ ପୁଣି ଜିଲ୍ଲାରେ ମାତିଛନ୍ତି ସଟ୍ଟା, ଘୁଡୁଘୁଡୁ ପଟି ଭଳି ଜୁଆଖଖେଳାଳି I ପ୍ରାପ୍ତ ସୂଚନା ମୁତାବକ କିଛିଦିନ ହେବ ତରଭା ତଥା ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଜୁଆଖେଳ ଜୋରସୋରରେ ଚାଲିଛି I ଯାନିଯାତ୍ରା ମାନଙ୍କରେ ଗହଳିର ଫାଇଦା ନେଇ ମାତିଲେଣି ଜୁଆଖେଳ କରୁଥିବା ଅସାଧୁ ବ୍ୟକ୍ତି I ସେହିପରି କମସରା ଫାଣ୍ଡି ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମରେ ଚାଲିଥିବା ଜାନିଯାତ୍ରା ମହୋତ୍ସବରେ ଖୋଲାଖୋଲି ଚାଲିଛି ଘୁଡୁଘୁଡୁ ପଟି ଏବଂ ସୁଟ ଭଳି ଜୁଆଖେଳ I ଆଶ୍ଚର୍ଯ୍ୟର ବିଷୟ ଏହିଭଳି କାର୍ଯ୍ୟକ୍ରମ ମାନଙ୍କରେ ବହୁ ସଂଖ୍ୟାରେ ପୋଲିସ ମୁତୟନ ହେଉଥିବା ବେଳେ ଏହା ସମ୍ଭବ ହେଉଛି କେମିତି I କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରା ଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କିଛି ଜାଣିନି ବୋଲି କହିଥିଲେ I ତେବେ ଏହାକୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପଚାରିବାରୁ ମୁଁ ଇନକ୍ଵାରି କରି କହୁଛି ବୋଲି ପ୍ରକାଶ କରିଥିଲେ I ଏହିଭଳି ଯୁଆଖେଳକୁ ନେଇ ପୋଲିସ ଜାଣିଶୁଣି ନ ଜାଣିଲା ଭଳି ରହୁଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି I ଲୁଚିଛି ନା ଗୋଡ ଦୁଇଟା ଦିଶୁଚି , ଏହିଭଳି ଚର୍ଚ୍ଚା ଏବେ ସବୁଆଡେ I ଯଦି ଜାଣିଶୁଣି ଏହିଭଳି ଅସାମାଜିକ କାର୍ଯ୍ୟକଳାପ କୁ ପ୍ରଶୟ ଦିଆଯାଉଛି ତେବେ ଏହା ନିଶ୍ଚିତ ଚିନ୍ତାର ବିଷୟ I ଏହିଭଳି ପୋଲିସ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବାକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି I ଏବେ ଦେଖିବାକୁ ବାକି ରହିଲା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା କଣ ପଦକ୍ଷେପ ଗ୍ରହଣ କରୁଛନ୍ତି I ବ୍ୟୁରୋ ରିପୋଟ ବି ଟିଭି ଓଡ଼ିଆ

NO COMMENTS

LEAVE A REPLY

Please enter your comment!
Please enter your name here

Exit mobile version